Homebreaking newsସ୍ତ୍ରୀକୁ ମାଡ଼ ମାରି ବଲାଙ୍ଗିର ଟାଉନ ପୋଲିସ ହାତରେ ଗିରଫ ହେଲା ଅଭିଯୁକ୍ତ ସ୍ୱାମୀ

ସ୍ତ୍ରୀକୁ ମାଡ଼ ମାରି ବଲାଙ୍ଗିର ଟାଉନ ପୋଲିସ ହାତରେ ଗିରଫ ହେଲା ଅଭିଯୁକ୍ତ ସ୍ୱାମୀ

ବଲାଙ୍ଗିର, (୧୩/୦୯) : ଆପ୍ର : ସ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସ୍ୱାମୀ ଗିରଫ । ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ଟାଙ୍ଗିଆ ଜବତ କରିଛି ପୁଲିସ ।

ଗିରଫ ଅଭିଯୁକ୍ତ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧୀନ ବେଲମୁଣ୍ଡା ଗ୍ରାମର ଦାମୋଦର ମୋଟାରୀଙ୍କ ପୁଅ ନବଘନ ମୋଟାରୀ, ବୟସ ୪୦ ବର୍ଷ । ପୁଲିସ ସୂଚନା ଅନୁସାରେ, ନବଘନ ବର୍ତ୍ତମାନ ବଲାଙ୍ଗିର ଟାଉନ ଥାନା ଅଧୀନ ସୁଦ୍‌ପଡ଼ା ଅଞ୍ଚଳରେ ଅଶୋକ ରଥଙ୍କ ଫାର୍ମ ହାଉସରେ ରହୁଥିଲେ । ସେଠାରେ ସ୍ତ୍ରୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ନବଘନ ମୋଟାରୀଙ୍କୁ ଗିରଫ କରିଛି । ଏଥିସହ ଏକ ଟାଙ୍ଗିଆ ଜବତ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ବଲାଙ୍ଗିର ଟାଉନ ଥାନା ପୋଲିସ ବୋଲି ଆଇଆଇସି ଅବନୀ ସାହୁ ସୂଚନା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments