Homelocalରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଣ୍ଟିନ, ପୋଲିସ-ଅନଲାଇନ ଗାଡ଼ିଚାଳକ ମୁହାଁମୁହିଁ

ରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଣ୍ଟିନ, ପୋଲିସ-ଅନଲାଇନ ଗାଡ଼ିଚାଳକ ମୁହାଁମୁହିଁ

ଭୁବନେଶ୍ୱର, (୧୯/୦୮) : ଆପ୍ର : ରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଣ୍ଟିନ । ପୋଲିସ-ଅନଲାଇନ ଗାଡ଼ିଚାଳକ ମୁହାଁମୁହିଁ ହୋଇଛନ୍ତି ।

ରାସ୍ତା ଉପରେ ଗାଡ଼ି ରଖି ଡ୍ରାଇଭର ମାନେ ରାସ୍ତାରୋକ କରିଛନ୍ତି । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନରେ ପୋଲିସ-ଅନଲାଇନ ଗାଡ଼ିଚାଳକ ଧସ୍ତାଧସ୍ତି । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସର ଲାଠିଚାର୍ଜ କରିଛି । କଟକ-ଭୁବନେଶ୍ବରରେ ବନ୍ଦ ରହିଛି ଓଲା, ଉବେର ସେବା । ରେଲୱେ ଷ୍ଟେସନରୁ ବିମାନବନ୍ଦର ପର୍ଯ୍ୟନ୍ତ ରାସ୍ତାଜାମ୍ ରହିଛି । ସେପଟେ ଓଲା, ଉବେର ଓ ରାପିଡୋ ଭଳି ଅନଲାଇନ ସେବା ଯୋଗାଉଥିବା ଡ୍ରାଇଭର ଓ କର୍ମଚାରୀ ଚକା ବନ୍ଦ କରିଛନ୍ତି ।

ନିଜର ଅଟୋ ଓ କାର୍ ରାସ୍ତାରେ ଛିଡ଼ା କରିଛନ୍ତି । ୭ ଦଫା ଦାବିନେଇ ଆଜିକୁ ତିନି ଦିନ ହେଲା ସେବା ବନ୍ଦ କରି ଆନ୍ଦୋଳନ କରୁଛନ୍ତି । ଆଜି ପୂରା ରାସ୍ତା ବନ୍ଦ କରି ଦେଇଛନ୍ତି । କୌଣସି ଗାଡି ଯା ଆସ କରିପାରୁନି । ସରକାର ଓ କମ୍ପାନୀ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ଆମ କଥା ସରକାର ଶୁଣୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଦାବି ପୂରଣ ନହେବା ଯାଏଁ ରାସ୍ତାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments