Homebreaking newsଗାଡି ଅଛି ଭଦ୍ରକରେ, ନୟାଗଡ଼ରେ ୫ ହଜାର କଟିଲା ଚାଲାଣ

ଗାଡି ଅଛି ଭଦ୍ରକରେ, ନୟାଗଡ଼ରେ ୫ ହଜାର କଟିଲା ଚାଲାଣ

ଭଦ୍ରକ, (୦୮/୦୭) : ଆପ୍ର : କାରକୁ ବାଇକ୍ ଫାଇନ୍ । ଭଦ୍ରକରେ ଗାଡ଼ି, ନୟାଗଡ଼ରେ କଟିଲା ଚାଲାଣ । ଭଦ୍ରକ ଆରଡି ଛକ ନିକଟରେ ଥିବା କ୍ଷୀତିଶ ସାମନ୍ତ ବେହେରାଙ୍କ ନିକଟକୁ ଚାଲାଣ ଆସିଛି ।

କାର୍ ନମ୍ବରରେ ବାଇକର ଫାଇନ୍ ଆସିଛି । ବାଇକ୍ ଚଲାଇବାବେଳେ ଫୋନରେ କଥା ହେବା ପାଇଁ ୫ ହଜାର ଟଙ୍କାର ଫାଇନ୍ କଟିଛି । ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଭଦ୍ରକ ସହର ଆରଡ଼ି ଛକ ବାସିନ୍ଦା କ୍ଷିତୀଶ ସାମନ୍ତ ବେହେରାଙ୍କ ମୋବାଇଲକୁ ନୟାଗଡ଼ ପୋଲିସ ଲାଇନ ଲେନରୁ ପରିବହନ ବିଭାଗ ତରଫରୁ ୫ହଜାର ଟଙ୍କାର ଫାଇନ ମେସେଜ ଆସିଥିଲା । ଏହା ପରେ ଅନଲାଇନ୍ ରେ ନୋଟିସ ପାଇଥିଲେ ।

OD02 CA 1742 ନମ୍ବରର ବାଇକ ଚଳାଉଥିବା ବେଳେ ଫୋନରେ କଥା ହେବା ପାଇଁ ପରିବହନ ବିଭାଗର ଫାଇନ୍ ନୋଟିସ୍ ଆସିଥିଲା । ତେବେ ଏହି ଚାଲାଣ କ୍ଷିତୀଶଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି। ସଂପୃକ୍ତ ଗାଡି ନମ୍ବର କାର ର । ଏଣେ କାର ଟି ଭଦ୍ରକରେ ଥିବା ସେ ସିସିଟିଭି ଫୁଟେଜରେ ଦେଖାଇଛନ୍ତି। କାରଟି ଭଦ୍ରକରେ ଥିବା ବେଳେ ନୟାଗଡ଼ ଆରଟିଓ କିପରି ସଂପୃକ୍ତ ନମ୍ବରରେ ବାଇକର ଚାଲାଣ ପଠାଇଲେ, ତାକୁ ନେଇ ପ୍ରଶ୍ନ ଉଠିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments