ସୁବର୍ଣ୍ଣପୁର, (୦୬/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତଥା ଅଗ୍ରଣୀ ବ୍ୟାଙ୍କ କାର୍ଯ୍ୟାଳୟ ଆର୍ଥିକ ସାକ୍ଷରତା ଉପଦେଷ୍ଟା କେନ୍ଦ୍ର, ସୋନପୁର ଏବଂ ଜାତୀୟ କୃଷି ଏବଂ ଉନ୍ନୟନ ବ୍ୟାଙ୍କ (ନାବାର୍ଡ) ଦ୍ୱାରା ପ୍ରଦତ୍ତ ସହାୟତା ଅନୁଦାନ ରେ ଆୟୋଜିତ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏଥିରେ କନିଷ୍ଠ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼ ରେଖା ପଧାନ, ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଏଲ ଡି ଆଇ, ଆର ବି ଆଇ, ଭୁବନେଶ୍ୱର ରମେଶ କୁମାର ପାତ୍ର, ସାଇବର ଠକେଇ କେମିତି ହୁଏ ସେ ବିଷୟରେ ପ୍ରାଞ୍ଜଳ ଭାବରେ କହିଥିଲେ । ସମ୍ବାନୀତ ଅତିଥି ଭାବେ ସୋନପୁର ଏଲ ଡି ଏମ, ବିଏମ କାର୍ତ୍ତିକେଶ୍ୱର ପଣ୍ଡା, ଓ ମୁଖ୍ୟ ପରିଚାଳକ ଏସ ବି ଆଇ ବିନିକା ଶାଖା ଅକ୍ରୁର ସେଠୀ, କହିଲେ ପାଠ ପଢିବାରେ ଟଙ୍କା ର ବାଧକ ହୋଇପାରିବ ନାହିଁ ଏସ ବି ଆଇ ରାଜ୍ୟ ହେଉ କି ଦେଶ କିମ୍ବା ବିଦେଶ ରେ ମଧ୍ୟ ପାଠ ପଢିବା ପାଇଁ ସମସ୍ତ ପ୍ରକାର ସହଯୋଗ କରି ଆସୁଥିବା କହିଥିଲେ । ସ୍ଵାକ୍ଷରତା ଆର୍ଥିକ ପରାମର୍ଶ ଦାତା ଏସ ବି ଆଇ ସୁବର୍ଣ୍ଣପୁର, ଘନଶ୍ୟାମ ମେହେର, ସମସ୍ତ ଛାତ୍ରୀ ଛାତ୍ର ବ୍ୟାଙ୍କ ରେ ଖାତା ଖୋଲିବାକୁ ଓ ଏସ ବି ଆଇ ଦେଉଥିବା ବେନିଫିଟ ବିଷୟରେ କହିଥିଲେ l ଗ୍ରନ୍ଥ ଗାରିକ ଗରିବ ସେଲମା ପାଠ ପଢିବା ପାଇଁ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ ।
ଅଧ୍ୟାପକ ଧନେଶ୍ୱର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଅଧ୍ୟାପକ ନାରାୟଣ ଚୌଦରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟ ର ଅଧ୍ୟାପିକା ଦିପ୍ତିମୟୀ ଭୋଇ,,ଅଧ୍ୟାପକ ଡ଼ ନୀଳମାଧଵ ଛତ୍ର, ଝଲକ ମିଶ୍ର, ରୋହିତଧାରୁଆ, ଆଶ୍ରିବାଦ ପଧାନ, ମିନିଷ ଆଚାର୍ଯ୍ୟ, ଦେବେଶ ଗଡ଼ନାୟକ, ଦେବାଶିଷ ସାଣ୍ଢ, ପ୍ରମୁଖ ଶିବିର କୁ ପରିଚାଳନା କରିଥିଲେ । ସମସ୍ତ ଅଧ୍ୟାପିକା ଅଧ୍ୟାପକ ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ ।

