Homelocal୧୦ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

୧୦ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

ସୁବର୍ଣ୍ଣପୁର, (୦୬/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଚାଇଲଡ ହେଲ୍ଫ ଲାଇନ ଡିପିସି ସୁଜିତ କୁମାର ମିଶ୍ର ଙ୍କ ତତ୍ୱାବଧାନ ରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବୀରମହାରାଜପୁର ବ୍ଲକ ର ବିଭିନ୍ନ ଜାଗା ରେ ଚଢ଼ାଉ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବୀରମହାରାଜପୁର ବ୍ଲକ ର ବସଷ୍ଟାଣ୍ଡ, ବଜାର ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଭିକ୍ଷା ବୃତ୍ତି କରୁଥିବା ଶିଶୁ , ଶିଶୁ ଶ୍ରମିକ ଭାବେ କାମ କରୁଥିବା ପ୍ରାୟ ୧୦ ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଜିଲ୍ଲା ଶିଶୁ ବିଭାଗ । ସୂଚନା ଅନୁଯାୟୀ, ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ , ଶିଶୁ କଲ୍ୟାଣ ସମିତି, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଶ୍ରମ ବିଭାଗ, ପୁଲିସ ବୀରମହାରାଜପୁର ଏବଂ ରୁଚିକା ଏନଜିଓ ର ସଦସ୍ୟମାନେ ମିଳିତ ଭାବେ ଏହି ଅଭିଯାନ କରିଥିଲେ । ଉଦ୍ଧାର ହୋଇଥିବା ଶିଶୁ ମାନଙ୍କୁ ଶିଶୁ କଲ୍ୟାଣ ସମିତି (CWC) ନିକଟରେ ଉପସ୍ଥାପନା କରାଯାଇଛି । ଶିଶୁମାନଙ୍କୁ ପାଠ ପଢା , ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ଥଇଥାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ସ୍ୱତନ୍ତ୍ର ଟିମ୍ ସୂଚନା ଦେଇଛନ୍ତି ଆପଣଙ୍କ ଆଖପାଖରେ ଯଦି କେହି ଶିଶୁ ଶ୍ରମିକ,ଶିଶୁ ଭିକ୍ଷାବୃତ୍ତି, ଶିଶୁ ବାହାଘର , ଶିଶୁ ପରିତ୍ୟକ୍ତା ଦେଖନ୍ତି ତେବେ ୧୦୯୮ ନମ୍ବରରେ କଲ୍ କରିବା ପାଇଁ ମଧ୍ୟ ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଶ୍ର ଚାଇଲ୍ଡ ହେଲ୍ପ ଲାଇନ ଆହ୍ୱାନ ଦେଇଛନ୍ତି ।

ଏହି ସବୁ କାର୍ଯକ୍ରମରେ ଲୀନା ବାବୁ ଅଧ୍ୟକ୍ଷା ଶିଶୁକଲ୍ୟାଣ ସମିତି, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ ସୁଜିତ କୁମାର ମିଶ୍ର, ପରାମର୍ଶଦାତା ସୁଧୀର କୁମାର ଦାସ, ମଣ୍ଟୁ ବାରିକ , ଚାଇଲ୍ଡ ହେଲ୍ପ ଲାଇନ, ପ୍ରଶାନ୍ତ ମହାକୁଡ଼, ଗୌତମ ମହାପାତ୍ର, ଶାଶ୍ୱତ ସୁମ୍ୟକାନ୍ତ ସାହୁ, ଏ ଏଲ ଓ ବୀରମହାରାଜପୁର ଚିନ୍ମୟ ମେହେର ଏ ଏଲ୍ ଓ , ବିନିକା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସୁବର୍ଣ୍ଣପୁର, ତଟିନି ବିଶ୍ୱାଳ ସଂଯୋଜିକା ରୁଚିକା ଏବଂ ରିଙ୍କିନା ସ୍ୱାଇଁ ସଦସ୍ୟା ରୁଚିକା ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।
ଉପସ୍ଥାପନା ସମୟରେ ଲୀନା ବାବୁଙ୍କ ସମେତ ଅଞ୍ଜଳି ନେଗି , ସଦସ୍ୟା , କେଶବ ମେହେର ସଦସ୍ୟ ଏବଂ ବ୍ରଜେନ୍ଦ୍ର ବିଶି ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments