ରାଇକିଆ (ଆପ୍ର): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ବେରେଡାକିଆ ଗ୍ରାମ ପଞ୍ଚାୟତ ସଭାଗୃହରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି, ଏହି କାର୍ଯ୍ୟ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟ ସିଂହ କହଁର ଯୋଗ ଦେଇ ଜନସାଧାରଣଙ୍କର ଆବେଦନ ଅଭିଯୋଗ ଗୁଡ଼ିକର ଶୁଣାଣୀ କରିଥିଲେ।
ଆବେଦନ ଅଭିଯୋଗ ଗୁଡ଼ିକ ମଧ୍ୟରେ ମୋଟ ୭ ଗୋଟି କେବଳ ବ୍ୟକ୍ତିଗତ ଅଭିଯୋଗ ଗୁଡ଼ିକ ରହିଥିଲା। ବ୍ୟକ୍ତିଗତ ଅଭିଯୋଗ ଗୁଡ଼ିକ ମଧ୍ୟରେ ପ୍ରମୁଖ ଭାବେ ପ୍ରଧାନମନ୍ତ୍ରୀ ଆବାସ ଗୃହ , ଖାଉଟି କାର୍ଡ ଓ ଭତ୍ତା ବିଷୟ ଆଦି ଅନ୍ତର୍ଭୁକ୍ତ ଥିଲା, ଆଗାମି ଅତି ନିକଟରେ ସମସ୍ତ ଆବେଦନ ଅଭିଯୋଗ ଗୁଡ଼ିକର ବିଚାର କରି ଜିଲ୍ଲାପାଳଙ୍କ ମଞ୍ଜୁର ସହ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ କର୍ମଚାରୀ ମାନଙ୍କୁ ଏବିଡିଓ ନିର୍ଦେଶ ଦେଇଥିଲେ। ଏହି ଜନ ଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅବସରରେବେରେଡ଼ା କିଆ ସରପଞ୍ଚ ଅକ୍ଷୟ କୁମାର ପ୍ରଧାନ ,ଜିପିଡିଓ ମହେଶ ପଟ୍ଟନାୟକ,ପିଇଓ ଜନାର୍ଦ୍ଦନ ନାୟକ, ବିଏସଏସଓ ରାମକୃଷ୍ଣ ବେହେରା, ଡବ୍ଲୀଓ ଉର୍ମିଳା ପ୍ରଧାନ,ଏମ୍ ଆଇ କିରନ ବେହେରା, ରୁରାଲ ହଉସୀଙ୍ଗି ସଂଯୋଜକ କମଲ ପ୍ରସାଦ ନାୟକ ଏବଂ ଏଡିଓ ରାଜେଶ୍ୱରୀ ବିଷୟୀ ଉପସ୍ଥିତ ରହି ସହଯୋଗ କରିଥିଲେ।

