ଗାଁ’ରେ ବୁଲୁଛି ଭାଲୁ, ଅଞ୍ଚଳବାସୀ ଭୟଭୀତ

Date:

Share post:

ଉଦଳା, (୨୬/୦୫) : ଆପ୍ର : ଉଦଳାରେ ଦେଖିବାକୁ ମିଳିଛି ଭାଲୁ । ରାତି ଅଧରେ ଗାଁ’ରେ ବୁଲୁଛି ଭାଲୁ । ମୟୂରଭଞ୍ଜ କପ୍ତିପଦା ବନାଞ୍ଚଳ ବୈରାଟପୁର ଗାଁରେ ବୁଲୁଛି ବିଶାଳକାୟ ଭାଲୁ ।

ସନ୍ଧ୍ୟା ହେଲେ ଭାଲୁ ବାହାରୁଛି, ଆଉ ରାତି ତମାମ ଗାଁ’ରେ ଘୁରି ବୁଲୁଛି । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଏକ ବିଶାଳକାୟ ଭାଲୁ ଗାଁ ଭିତରେ ପଶି ଗ୍ରାମର ମନ୍ଦିର ଛକ, ରାସ୍ତାଘାଟରେ ଘୁରି ବୁଲୁଛି । ଭାଲୁକୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇଛନ୍ତି । ବାହାରକୁ ବାହାରିବା ପାଇଁ ମଧ୍ୟ ଡରୁଛନ୍ତି । କିଛି ଦିନ ପୂର୍ବରୁ ଏହି ଗାଁରୁ ମାତ୍ର ୨ କିଲୋମିଟର ଦୂରରେ ଗାଡୱେଲରେ ଏହି ଭାଲୁଟି ପଡ଼ିଥିଲା । ତାକୁ ସେଠାରୁ ବାହାର କରି ବୈରାଟପୁର ଗାଁ ନିକଟ ହୁଡ଼ିରେ ଛାଡି ଦିଆଯାଇଥିଲା । ସେହି ଭାଲୁ ଏବେ ଗାଁରେ ଆତଙ୍କ ଖେଳାଇଛି । ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୪ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (୧୬/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣାରେ ପାଟଣାଗଡ଼ ପୋଲିସ...

ସୁନ୍ଦରଗଡ଼ରେ ଭୟଙ୍କର ଟ୍ରେଲର ଧକ୍କା, ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼, (୧୬/୦୬) : ଆପ୍ର : ଜୀଅନ୍ତା ଜଳିଗଲେ ଦୁଇ ଟ୍ରକ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ...

ଦିଘାରୁ ହଟିଲା ‘ଧାମ’ ଶବ୍ଦ: ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଭୁବନେଶ୍ୱର, (୧୬/୦୬) : ଆପ୍ର : ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ...

ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ ଛଅ ଦୁର୍ବୁତ୍ତ

ଅନୁଗୁଳ, (୧୬/୦୬) : ଆପ୍ର : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର ଛକ ଠାରେ ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ...