Homelocalବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (୨୩/୦୮) : ଆପ୍ର : ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ମୁଖ୍ୟ ପ୍ରଶାସିକା ସ୍ୱର୍ଗୀୟା ଦାଦି ପ୍ରକାଶ ମଣିଜି ଙ୍କର ୧୯ ତମ ପୁଣ୍ୟ ତିଥି ସ୍ମୁତି ଦିବସ ପାଳନ ଅବସର ରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ସୋନପୁର ଶାଖା ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 08 23 at 16.13.21

ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସୋନପୁର ଉପ ଜିଲ୍ଲାପାଳ ଡଃ ସୌମ୍ୟ ରୂପା ରଥ , ସମ୍ମାନୀତ ଅତିଥି ଭାବରେ ଡା.ଦୁର୍ଗା ଦତ୍ତ ଦାଶ ଓ ବଡ଼ ଭଉଣୀ ବି .କେ ଜୟଶ୍ରୀ ଯୋଗ ଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ । ସଭାକୁ ମନୋଜ ପଣ୍ଡା ପରିଚାଳନା କରିଥିବା ବେଳେ ଜଗନ୍ନାଥ ଭାଈ ଧନ୍ଯବାଦ ଅର୍ପଣ କରିଥିଲେ । ୪୦ ଥର ରକ୍ତ ଦାନ କରିଥିବା ରକ୍ତ ଦାତା ତ୍ରିଲୋଚନ ପାଣିଗ୍ରାହୀ ଓ ୧୮ ଥର ରକ୍ତ ଦାନ କରିଥିବା ରକ୍ତ ଦାତା ଅଞ୍ଜଳୀ ପାଣିଗ୍ରାହୀ, ରକ୍ତ ଦାତା ମୋତି ଲାଲ୍ ମେହେର, ରାଜଶ୍ରୀ ଦାଶ, ସ୍ମରଣିକା ସ୍ୱାଇଁ, ରାଜୁ ମିଶ୍ର, ରଞ୍ଜିତ୍ ମେହେର, ପ୍ରମୁଖ ରକ୍ତ ଦାତା ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଧିତ କରାଯାଇଥିଲା ।WhatsApp Image 2026 08 23 at 16.13.20

ଡା ସରୋଜ କୁମାର ପଟେଲ ଙ୍କ ତତ୍ୱା ବଧାନରେ ରକ୍ତ କେନ୍ଦ୍ର ର ଟେକ୍ନିଶିଆନ୍ ସୁରଭି ଲେଙ୍କା, ଡେଫୋଡିଲ୍ ପଧାନ, ଜଗତ ନାରାୟଣ ଦରୁଆନ, ଶୁଶାନ୍ତ ନାଏକ୍ ଙ୍କ ଦ୍ୱାରା ରକ୍ତ ସଂଗ୍ରହ କରା ଯାଇଥିଲା । ବ୍ରହ୍ମ କୁମାରୀ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏହି ଶିବିର ରେ ୨୧ ଜଣ ପୁରୁଷ ଓ ୫ ଜଣ ମହିଳା ରକ୍ତ ଦାନ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments