Homelocalବିନିକାରେ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା

ବିନିକାରେ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା

ସୁବର୍ଣ୍ଣପୁର, (୦୫/୦୭) : ଆପ୍ର : ସୁବର୍ଣପୁର ଜିଲ୍ଲା ବିନିକା ସହର ଶ୍ରୀରାମ ନଗର ସ୍ଥିତ ସେଣ୍ଟସ ଭେଲି ହାଇସ୍କୁଲରେ ରବିବାର ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ପ୍ରତିଷ୍ଠିତ ଶତାୟୁ ‘ସମାଜ’ ସଂସ୍କରଣ ଅନୁଷ୍ଠାନ ପକ୍ଷରୁ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 07 05 at 20.14.39

ବିନିକା ବ୍ଳକ ‘ସମାଜ’ ପ୍ରତିନିଧି ନରସିଂହ ପଧାନ ଓ ସହର ‘ସମାଜ’ ପ୍ରତିନିଧି ସମ୍ବିତ ନେପାକଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ସେଣ୍ଟସ ଭେଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଳଗୋପାଳ ପଣ୍ଡାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥିଗଣ ଶ୍ରଦ୍ଧା ସୁମନ ପୂର୍ବକ ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରକ୍ଷ୍ୟାତ ସାହିତ୍ୟିକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଛାତ୍ରଛାତ୍ରୀ ମାନେ ଗୋପବନ୍ଧୁଙ୍କ ସ୍ମାରକ ଉଦ୍ଦେଶ୍ୟରେ ସଂଗୀତ ଗାନ କରିଥିଲେ।ତତ୍ପରେ ଆୟୋଜିତ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ସ୍କୁଲ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ।

ଅଞ୍ଚଳର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମାନେ ଏଥିରେ ଅଂଶଗ୍ରହଣ କରି ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଚିତ୍ରାଙ୍କନ ପ୍ରତିଯୋଗୀତାରେ ୧୨ ଏବଂ କୁଇଜ୍ ପ୍ରତିଯୋଗିତାରେ ୧୩ ଜଣ ଏପରି ଅଞ୍ଚଳର ବିଭିନ୍ନ ସ୍କୁଲରୁ ମୋଟ ୨୫ ଛାତ୍ରଛାତ୍ରୀ ପ୍ରତିଯୋଗୀତାରେ ମାନେ ଭାଗ ନେଇଥିଲେ।ଏହି ଅବସରରେ ଆୟୋଜିତ ପ୍ରତିଯୋଗୀତାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ପ୍ରାକ୍ତନ ଶାଖା ପରିଚାଳକ ଘନଶ୍ୟାମ ମେହେର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସିଦ୍ଧାର୍ଥ ଜୁନିୟର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନଙ୍କ ସମେତ ସେଣ୍ଟସ ଭେଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଳଗୋପାଳ ପଣ୍ଡା, ମୁଖ୍ୟବକ୍ତା ଭାବେ ବିନିକା ଦୈନିକ ବଜାର ସ୍ଥିତ ଫୁଲମୁଠୀ ମହିଳା ଜୁନିୟର କଲେଜର ଅଧ୍ୟାପିକା ବୈଜୟନ୍ତୀ ସାହୁ ଏବଂ ‘ସମାଜ’ ର ପ୍ରାକ୍ତନ ସଦସ୍ୟ ତଥା ବିନିକା ଏଜେଣ୍ଟ କାହ୍ନୁ ଚରଣ ତ୍ରିପାଠୀ ସମ୍ମାନିତ ଅତିଥି ବୃନ୍ଦ ମଞ୍ଚାସୀନ ଥିବା ବେଳେ ଗୋପବନ୍ଧୁ ଦାସଙ୍କ ଏହି ସ୍ମାରକ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଆୟୋଜିତ ଚିତ୍ରାଙ୍କନ ବିନିକା ସରସ୍ଵତୀ ଶିଶୁ ମନ୍ଦିର ସ୍କୁଲର ଛାତ୍ର ଆଭାସ ପଧାନ(ପ୍ରଥମ) ସ୍ଥାନ ହାସଲ କରିଥିବା ବେଳେ ସେଣ୍ଟସ ଭେଲି ହାଇସ୍କୁଲର ଛାତ୍ରୀ ପ୍ରେରଣା ସାହୁ(ଦ୍ବିତୀୟ) ଏବଂ ବିନିକା ସହର ଜୁହ୍ନାପଡା ୟୁପି ସ୍କୁଲର ଛାତ୍ର ପଳକ ବହିଦାର(ତୃତୀୟ) ସ୍ଥାନ ଅଧିକାର କରିଥିବା ବେଳେ କୁଇଜ ପ୍ରତିଯୋଗୀତାରେ ସେଣ୍ଟସ ଭେଲି ହାଇସ୍କୁଲର ଛାତ୍ର ରୋନକ ତ୍ରିପାଠୀ (ପ୍ରଥମ), ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ କ୍ରିତିକା ମେହେର(ଦ୍ବିତୀୟ) ଏବଂ ବିଚାରକଙ୍କ ମାର୍କିଂରେ ବିନିକା ସେଣ୍ଟସ ଭେଲି ହାଇସ୍କୁଲର ଛାତ୍ର ରୁବୁଲ ସଂଙ୍ଖୁଆ(ତୃତୀୟ) ସ୍ଥାନ ଅଧିକାର କରି’ସମାଜ’ ଅନୁଷ୍ଠାନ ତରଫରୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ ।

ଆୟୋଜିତ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟନୀ ତଥା ପୁରସ୍କାର ବିତରଣୀ ଅବସରରେ ମଞ୍ଚାସୀନ ଅତିଥି ବୃନ୍ଦ ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମାରକ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଉଦଯାପନୀ ଉତ୍ସବ ଅବସରରେ ପ୍ରତିଯୋଗିତା ତଦାରଖ ସେଣ୍ଟସ ଭେଲି ହାଇସ୍କୁଲର ସହକାରୀ ଶିକ୍ଷକ ତଥା ମଞ୍ଚ କାର୍ଯ୍ୟକ୍ରମ ପରିଚାଳକ ଦେବଦତ୍ତ ପଣ୍ଡା ଏହି ଉଦ୍ଦେଶ୍ୟରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିଥିଲେ ।

କାର୍ଯ୍ଯକ୍ରମରେ’ସମାଜ’ର ସେଲେଡି ପ୍ରତିନିଧି ମୁକ୍ତିକାନ୍ତ ପେରାଙ୍କ ସମେତ ସାମ୍ବାଦିକ କୌଡିଆମୁଣ୍ଡାର ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ପଣ୍ଡା,ସାମ୍ବାଦିକ ରାମଗୋପାଳ ବାଗଙ୍କ ସହ ଫୁଲମୁଠୀ ‘ସମାଜ’ ହକର ଦେବହରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ସେଣ୍ଟସ ଭେଲି ହାଇସ୍କୁଲର ସହକାରୀ ଶିକ୍ଷକ ମଧୁମୟ ବିଶ୍ଵାଳଙ୍କ ସମେତ ଶିକ୍ଷୟତ୍ରୀ ସସ୍ମିତା ସାହୁ ଶିବାନୀ ପଧାନ, ବର୍ଷାରାଣୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତାରେ ସକ୍ରିୟ ସହଯୋଗ କରିଥିଲେ । କାର୍ଯ୍ଯକ୍ରମ ଶେଷରେ ବିନିକା (ସହର)’ସମାଜ’ପ୍ରତିନିଧି ସମ୍ବିତ ନେପାକ ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments