କଳାହାଣ୍ଡି, (୦୮/୦୯) : ଆପ୍ର : ବିଦ୍ୟୁତ ଆଘାତରେ ଗଲା ମାଆ-ଝିଅଙ୍କ ଜୀବନ । କଳାହାଣ୍ଡି ସଦର ଥାନା କାର୍ଲାସୋଡା ଗାଁ’ରେ ଅଘଟଣ ଘଟିଛି ।
ମୃତକ ହେଲେ ଲଳିତା ନାୟକ ଓ ଝିଅ ଶତଳ ନାଏକ। ମୃତଦେହ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଲେ ପରିବାର । ନ୍ୟାୟ ଦାବିରେ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୂଚନା ଅନୁସାରେ, ଝିଅ ଶୀତଳ ନାଏକ ଲୁଗା ଶୁଖାଇବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଝିଅକୁ ବଞ୍ଚାଇବାକୁ ଯାଇଥିବାବେଳେ ମାଆ ଲଳିତାଙ୍କୁ ଆଘାତ ଲାଗିଥିଲା । ଉଭୟଙ୍କୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଠିକ୍ ଭାବେ ଯାଞ୍ଚ କରାନଯାଇ ମୃତ ଘୋଷଣା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ଏନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଚିକିତ୍ସାରେ ଅବହେଳା ଅଭିଯୋଗ କରି ବିକ୍ଷୋଭ କରିଛନ୍ତି ସମ୍ପର୍କୀୟ ।

