Homelocalବିଜେଡି ର ଟାଣୁଆ ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର ସୋନପୁର ବିଧାୟକ ନିରଞ୍ଜନ...

ବିଜେଡି ର ଟାଣୁଆ ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଙ୍କୁ ଅଣ୍ଡା ମାଡ : ଜିଲ୍ଲା ରେ ଜନ ଆକ୍ରୋଶ ର ଚର୍ଚ୍ଚା

ସୁବର୍ଣ୍ଣପୁର, (୧୮/୦୯) : ଆପ୍ର : ବିଜେଡି ର ଟାଣୁଆ ନେତା ପୂର୍ବତନ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଙ୍କୁ ଅଣ୍ଡା ମାଡ ଘଟଣା ସାମନା କୁ ଆସିଛି WhatsApp Image 2026 09 19 at 11.12.24

ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଙ୍କ ଗଡ କୁହାଯାଉଥିବା ତରଭା ସହରରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଆସ୍ତେ ଆସ୍ତେ ବିଜେଡି ର ହେଭୀ ୱେଟ୍ ନେତା ଶ୍ରୀ ପୂଜାରୀ ଜନ ଆକ୍ରୋଶ ର ଶିକାର ହେବାର ଚର୍ଚ୍ଚା ହେଉଛି । ତେବେ କିଏ ଅଣ୍ଡା ମାଡ କରିଛି ତାହା ସ୍ପଷ୍ଟ ହୋଇନାହିଁ। ସେ ନିଜ ନିର୍ବାଚନ ମଣ୍ଡଳୀ ତରଭା ଗସ୍ତ ରେ ଥିବା ବେଳେ ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ ସୋନପୁର ବିଧାୟକ ଶ୍ରୀ ପୂଜାରୀ ତରଭା ବ୍ଲକ କମସରା ଗ୍ରାମ କୁ ଯାଇ ଫେରିବା ବାଟରେ ତରଭା ସହରରେ କିଛି ଯୁବକ ଅଣ୍ଡା ମାଡ କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏ ନେଇ ତରଭା ଥାନା ରେ କୌଣସି ଅଭିଯୋଗ ହୋଇ ନ ଥିବା ଥାନା ଅଧିକାରୀ ଡୋଳାମଣି ନାଏକ ସୂଚନା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments