Homelocalଖଳାରେ କାମ କଲାବେଳେ ବଜ୍ରାଘାତର ବୃଦ୍ଧ ମୃତ୍ୟୁ

ଖଳାରେ କାମ କଲାବେଳେ ବଜ୍ରାଘାତର ବୃଦ୍ଧ ମୃତ୍ୟୁ

ଗଞ୍ଜାମ, (୧୯/୦୯) : ଆପ୍ର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହାଛାଇ ଗ୍ରାମରେ ବଜ୍ରପାତ ନେଲା ଜଣଙ୍କ ଜୀବନ l ମୃତକ ସେହି ଗ୍ରାମର ନିତ୍ୟାନନ୍ଦ ଗୌଡ଼ ହୋଇଥିବା ଜଣାପଡିଛି ।WhatsApp Image 2026 09 19 at 06.53.55

ନିତ୍ୟାନନ୍ଦ ନିଜ ମଇଁଷି ଙ୍କ ପାଇଁ ଗ୍ରାମ ପାଖ ଖଳା ପାଳଗଦାରୁ ପାଳ ନେବାବେଳେ ବଜ୍ରାଘାତ ର ଶିକାର ହୋଇ ଟଳି ପଡ଼ିଥିଲେ l ସ୍ଥାନୀୟ ଲୋକେ ନିତ୍ୟାନନ୍ଦ ଙ୍କୁ ଆଚେତ ଅବସ୍ଥାରେ ବଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେବା ସହ ତାଙ୍କୁ ଉଧାରକରି ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଖବର ପାଇ ପୋଲିସ ମେଡିକାଲ ରେ ପହଞ୍ଚି ତଦନ୍ତ ଚଳାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments