Homelocalବିନିକା ରେ କଂଗ୍ରେସ ର ବିକ୍ଷୋଭ ପ୍ରଦର୍ଶନ

ବିନିକା ରେ କଂଗ୍ରେସ ର ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର, (୨୫/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଅଫିସ ଛକ ଠାରେ ନିଟ ପ୍ରଶ୍ନ ପତ୍ର ପ୍ରଘଟକୁ ନେଇ ବିନିକା କଂଗ୍ରେସ ଶନିବାର ସନ୍ଧ୍ୟା ୭ ଟା ରେ ବିକ୍ଷୋଭ ପ୍ରଦର୍ଶନ କରିଛି ।WhatsApp Image 2026 07 26 at 12.46.40

ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଅପମାନ, ଯୁବ ଛାତ୍ର ଙ୍କୁ ଦିଲ୍ଲୀ ପୁଲିସ ର ନିର୍ଯାତନା କୁ ନେଇ ଏକ ସଭା କରାଯାଇ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ସାହା, ଧର୍ମେନ୍ଦ୍ର ପ୍ରଧାନ ସମେତ ଓଡିଶା ରାଜ୍ୟ ଶିକ୍ଷାମନ୍ତ୍ରୀ -ନିତ୍ୟାନନ୍ଦ ଗଣ୍ଡ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

ଏଥିରେ ବ୍ଲକ କଂଗ୍ରେସ ସଭାପତି – ରାଧାମହନ ଭୋଇ ଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ସଭାପତି ବିନୋଦ ପାତ୍ରଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା ଏଥିରେ ପର୍ଯ୍ୟବେକ୍ଷକ ସୁଦାମ ମେହେର,ଜିଲ୍ଲା କିଷାନ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ନାୟକ, ପ୍ରଦୀପ ସେଠୀ ସୁଧୀର ପଣ୍ଡା, ଶେଷଦେବ ମେହେର,କଂଗ୍ରେସ ନେତା ନରେନ୍ଦ୍ର ସାହୁ,ରାଘବ ଦାଶ, ସୁଧାଂଶୁ ପଣ୍ଡା, ବିଜୟ କୁମାର ଭୋଇ,ଉମାକାନ୍ତ ଦୀପ, ସୁମନ୍ତ ସାହୁ, ଲଳିତ ସାହୁ, ସୁଭାଷ ମହାକୁର, ଅନିଲ ନାଏକ କଲମଧର ଷଣ୍ଢ, ଅମିତ ନାୟକ, ରୁଷଭ ଭୋଇ, ରବି ଭଏନା, ଅଜିତ ସାହୁ, ପଶ୍ଚିମ ଲୁହା,ନାଗେଶ୍ୱର ବାଗ, ଟିକୁ ହୋତା ଓ ଶତାଧିକ କଂଗ୍ରେସ କର୍ମୀ ଯୋଗଦାନ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments