ଭୁବନେଶ୍ୱର, (୧୬/୧୦) : ଆପ୍ର : ବାଲୁକା କଳାରେ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା । ବିଜୁ ଯୁବ ଜନତା ଦଳର ସଭାପତିଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ସୁଦର୍ଶନ ସ୍ୟାଣ୍ଡ ଆର୍ଟର ଛାତ୍ର ଛାତ୍ରୀ ।
ସ୍ୟାଣ୍ଡ ଏନିମେସନ କରି ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି । ଓଡ଼ିଶା ରାଜନୀତିର ଏକ ଦୀର୍ଘ ଅଧ୍ୟାୟ ସହ ଯୋଡ଼ି ହୋଇରହିଛି ନବୀନ ପଟ୍ଟନାୟକଙ୍କ ନାଁ । ଲଗାତାର ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ, ଆଉ ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ବିରୋଧୀ ଦଳ ନେତା । ଶାସନ କ୍ଷମତାରୁ ବିରୋଧୀ ଆସନ ପର୍ଯ୍ୟନ୍ତ ତାଙ୍କ ରାଜନୈତିକ ଯାତ୍ରାରେ ରହିଛି ଅନେକ ଉତ୍ଥାନପତନ । ଅକ୍ଟୋବର ୧୬ ତାରିଖରେ ୮୦ ବର୍ଷରେ ପଦାର୍ପଣ କରୁଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ।
୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିବା ନବୀନ ପଟ୍ଟନାୟକ ଦିନେ ଓଡ଼ିଶାର ରାଜନୀତିରେ ଏତେ ଦୀର୍ଘ ସମୟ ଧରି ନେତୃତ୍ୱ ଦେବେ, ତାହା ତାଙ୍କ ରାଜନୈତିକ ଜୀବନର ଆରମ୍ଭ ସମୟରେ ସହଜରେ ଅନୁମାନ କରାଯାଇ ନଥିଲା । ଲେଖକ ଓ ସଂସ୍କୃତିପ୍ରେମୀ ଭାବେ ପରିଚିତ ନବୀନ ପରବର୍ତ୍ତୀ ସମୟରେ ରାଜ୍ୟର ଶାସନ ଓ ରାଜନୀତିର ଏକ ପ୍ରମୁଖ ଚେହେରା ପାଲଟିଥିଲେ ।

