Homelocalପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦଙ୍କ ବିୟୋଗ, ସୋନପୁର ଓ କଟକ ରେ ଶୋକ : ଅନ୍ତିମ...

ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦଙ୍କ ବିୟୋଗ, ସୋନପୁର ଓ କଟକ ରେ ଶୋକ : ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ

ସୁବର୍ଣ୍ଣପୁର, (୧୯/୧୦) : ଆପ୍ର : ସୁବର୍ଣ୍ଣପୁର ସହର ର ଘୋଡ଼ାଘାଟ ପଡା ବାସିନ୍ଦା ତଥା ସୋନପୁର ର ପ୍ରାକ୍ତନ ତହସିଲଦାର ସ୍ଵର୍ଗତ ରାମ ଶଙ୍କର ମିଶ୍ରଙ୍କ ଦ୍ୱିତୀୟ ବଧୂ ସୁଭାଷିନୀ ନନ୍ଦଙ୍କ ମହା ସପ୍ତମୀ ତିଥିରେ ବିୟୋଗ ଘଟିଛି ।

ଶ୍ରୀମତୀ ନନ୍ଦ ଦେବଗଡ, ବରଗଡ଼, କଣ୍ଟାବାଞ୍ଜି ଓ ଟିଟିଲାଗଡ ବିଭିନ୍ନ ହାଇସ୍କୁଲ ମାନଙ୍କ ରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଶୃଂଖଳା ଦକ୍ଷତା ର ସହ କାର୍ଯ୍ଯ କରି ଆସୁଥିଲେ ।ଅବସର ପରେ ସେ ସୋନପୁର ଥନାପତି ପଡା ସ୍ଥିତ କୃଷ୍ଣାୟନ ବାସ ଭବନ ରେ ସ୍ୱାମୀ ବୀରେନ୍ଦ୍ର କୁମାର ମିଶ୍ର ଙ୍କ ସହ ରହୁଥିଲେ । ଶେଷ ସମୟରେ ସେ ଜରୁରୀ ଚିକିତ୍ସା ପାଇଁ କଟକ ରେ ଝିଅ ନିବେଦିତା ଦାଶ ଙ୍କ ଘରେ ରହୁଥିଲେ । ତାଙ୍କ ଶେଷ ଇଚ୍ଛା ଅନୁସାରେ ଶ୍ରୀମତୀ ନନ୍ଦ ଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗ ଦ୍ୱାର ଠାରେ କରା ଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ଅଭିନାଶ ମିଶ୍ର, ବଧୂ ସୁନାୟନା ମିଶ୍ର, ଝିଅ ନିବେଦିତା ଜ୍ୱାଇଁ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ, ନାତୁଣୀ ଓଡ଼ିଶା ସରକାର ଙ୍କ ଅତିରିକ୍ତ ସରକାରୀ ଓକିଲ ବିଶ୍ୱଵାରା ଦାଶ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments