Homebreaking newsପୂର୍ବ ଶତ୍ରୁତା ରୁ ସଙ୍ଘ ବଦ୍ଧ ଆକ୍ରମଣ, ଜଣେ ମୃତ

ପୂର୍ବ ଶତ୍ରୁତା ରୁ ସଙ୍ଘ ବଦ୍ଧ ଆକ୍ରମଣ, ଜଣେ ମୃତ

ବ୍ରହ୍ମପୁର, (୨୮/୦୯) : ଆପ୍ର : ପୂର୍ବ ଶତ୍ରୁତାରୁ ସଙ୍ଘ ବଦ୍ଧ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ର ତତା ବାଲି ଗ୍ରାମ ନିକଟରେ ହୋଇଛି ସଙ୍ଘ ବଦ୍ଧ ଆକ୍ରମଣ ।

ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ତତା ବାଲି ଗାଁ ନିକଟ ରାସ୍ତାରେ ସୁରମଣୀ ଗାଁ’ର କୃଷ୍ଣ ଗୌଡ଼ ଓ ରଜତ ବେହେରା ଙ୍କୁ ସଙ୍ଘ ବଦ୍ଧ ଆକ୍ରମଣ ହୋଇଛି । ସୋରଡ଼ା ମେଡିକାଲ ରୁ ବ୍ରହ୍ମପୁର mkcg ମେଡିକାଲ କୁ ଦୁଇ ଆହତ ସ୍ଥାନାନ୍ତରିତ ହୋଇଛନ୍ତି । କୃଷ୍ଣ ଙ୍କ ମୃତ୍ୟୁ ହୋଇଥିବାବେଳେ ରଜତ ଗୁରୁତର ଆହତ ଅଛନ୍ତି । ଆଜି ଅପରାହ୍ନ ରେ ଘଟିଥିଲା ଆକ୍ରମଣ । ପୋଲିସ ଘଟଣା ର ତଦନ୍ତ କରୁଛି । ଜଣେ ଆକ୍ରମଣକାରୀ ଉତ୍ତମ ଥାନାରେ ଆତ୍ମସମର୍ପଣ କରିଥିବାବେଳେ ପୋଲିସ ଅନ୍ୟମାନଙ୍କୁ ଖୋଜୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments