Homelocalଏଥର ବାଲିଯାତ୍ରାରେ ଲାଗିବନି ବିପଦଜ୍ଜନକ ଦୋଳି, ଅଧିକ ପୁରୁଣା ଦୋଳି ନ ଲଗାଇବାକୁ ମହାସଂଘର ନିଷ୍ପତ୍ତି

ଏଥର ବାଲିଯାତ୍ରାରେ ଲାଗିବନି ବିପଦଜ୍ଜନକ ଦୋଳି, ଅଧିକ ପୁରୁଣା ଦୋଳି ନ ଲଗାଇବାକୁ ମହାସଂଘର ନିଷ୍ପତ୍ତି

କଟକ, (୨୯/୦୮) : ଆପ୍ର : ଏଥର ବାଲିଯାତ୍ରାରେ ମିଳିବନି ଦୋଳିର ମଜା । ଲାଗିବନି ବିପଦଜ୍ଜନକ ଦୋଳି । “ହାମର’ ଦୋଳି ଓ “ସିଙ୍ଗଲ ଟାୱାର” ଦୋଳି ଉପରେ ବ୍ୟାନ୍ ପାଇଁ ମୀନାବଜାର ମହାସଂଘ ନିଷ୍ପତ୍ତି ନେଇଛି

ଅଧିକ ପୁରୁଣା ଦୋଳି ନ ଲଗାଇବାକୁ ମହାସଂଘର ନିଷ୍ପତ୍ତି ନେଇଛି । ଅନ୍ୟ ଦୋଳିର ମାନ ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ବୈଷୟିକ ଟିମ୍ ଗଠନ କରିବ ମହାସଂଘ । ଏନେଇ ସୂଚନା ଦେଲେ ମହାସଂଘ ସମ୍ପାଦକ ଅଭିଷେକ ଜେନା । ଗତବର୍ଷ ବାଲିଯାତ୍ରାରେ ୭୦ ଫୁଟ ଉଚ୍ଚ ସିଙ୍ଗଲ ଟାୱାର ଦୋଳି ଅଟକି ଯିବାରୁ ଘଣ୍ଟା ଘଣ୍ଟା ଧରି ୧୬ ଜଣ ବ୍ୟକ୍ତି ଫସି ରହିଥିଲେ ।

ସେପଟେ ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ । ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିବା କଟକ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଚଳିତ ବର୍ଷ ଉଭୟ ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ବାଲିଯାତ୍ରା ଟେଣ୍ଡର ରୂପରେଖ ଚୂଡ଼ାନ୍ତ ହୋଇ ସାରିଛି । ଗତ ବର୍ଷ ଦୋଳି ଅଘଟଣକୁ ଦୃଷ୍ଟିରେ ରଖି ବିଶେଷ ପଦକ୍ଷେପ ନିଆଯାଉଛି । ଦୋଳି ଗୁଡ଼ିକ ଭିତରେ ସୁରକ୍ଷିତ ଦୂରତା ରଖାଯିବ । ଏ ନେଇ ଦୋଳି ମାଲିକ ସଂଘ ସହିତ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଟ୍ରାଫିକ ପରିଚାଳନାକୁ ଆହୁରି ବ୍ୟବସ୍ଥିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଉପର ପଡ଼ିଆ ସହିତ ବାଲିଯାତ୍ରାର ଇତିହାସ ଯୋଡ଼ି ହୋଇ ରହିଛି । ତେଣୁ ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ ହେବା ଉଚିତ୍ ବୋଲି ବାରବାଟୀ- କଟକ ବିଧାୟିକା କହିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments