Homebreaking newsଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଡେପୁଟି ରେଞ୍ଜର

ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଡେପୁଟି ରେଞ୍ଜର

ଭୁବନେଶ୍ୱର, (୩୦/୧୦) : ଆପ୍ର : ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଡେପୁଟି ରେଞ୍ଜର । ଲାଞ୍ଚ ନେବାବେଳେ ଖୋର୍ଦ୍ଧା ଜିଲ୍ଲା ଫୁଲନଖରା ରେଞ୍ଜର ଡେପୁଟି ରେଞ୍ଜର ମୌସୁମୀ ବେହେରାଙ୍କୁ ଧରିଛି ଭିଜିଲାନ୍ସ ।

ସେ ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନ ଅଧୀନରେ କାର୍ଯ୍ୟରତ ଥିବାବେଳେ କଟକ ପ୍ରେସଛକ ନିକଟ ଘାଟକୂଳରେ ତାଙ୍କ ଅଫିସ ରହିଛି । ଅଫିସ ପଛପଟେ ଥିବା ସରକାରୀ ବାସଭବନରୁ ତାଙ୍କୁ ଟ୍ରାପ କରିଛି ଓଡିଶା ଭିଜିଲାନ୍ସ । ଫୁଲନଖରା ରେଞ୍ଜ ଅଧୀନରେ ଥିବା ୩ଟି ବୃକ୍ଷରୋପଣ ସ୍ଥଳର ରକ୍ଷଣାବେକ୍ଷଣ, ଜଗାରଖା, ଜଳସେଚନ ଓ ସାର ପ୍ରୟୋଗ ବାବଦରେ ଜୁଲାଇରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ବକେୟା ବିଲ୍ ମଞ୍ଜୁର କରିବା ପାଇଁ ସେ ନିଜ ବିଭାଗର ଜଣେ କର୍ମଚାରୀଙ୍କୁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏପରିକି ଲାଞ୍ଚ ନଦେଲେ ଆଗାମୀ ମାସଗୁଡ଼ିକର ବିଲ୍ ମଞ୍ଜୁର କରିବେ ନାହିଁ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି ।

ଲାଞ୍ଚ ଦାବିରେ ଅସନ୍ତୁଷ୍ଟ ହୋଇ ସମ୍ପୃକ୍ତ କର୍ମଚାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଯୋଜନା ମୁତାବକ ଚଢ଼ାଉ କରି ଲାଞ୍ଚ ଟଙ୍କା ନେବାବେଳେ ମୌସୁମୀ ବେହେରାଙ୍କୁ ଧରିଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ସମସ୍ତ ଏକ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହି ଟ୍ରାପ ଘଟଣା ପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ମୌସୁମୀ ବେହେରାଙ୍କ ସହ ସମ୍ପର୍କିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସି ଚାଲିଛି । ଏନେଇ ଭିଜିଲାନ୍ସ ସେଲ୍ ଥାନାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments