ବିଶ୍ୱ ଭିଟିଲିଗୋ ଦିବସ ଅବସରରେ ଡିଏଚଏଚ ରାୟଗଡାରେ ସଚେତନତା କାର୍ଯ୍ୟକ୍ରମ

Date:

Share post:

ରାୟଗଡା, (୨୫/୦୬) : ଆପ୍ର : ବିଶ୍ୱ ଭିଟିଲିଗୋ ଦିବସ ଅବସରରେ ସେଞ୍ଚୁରିଅନ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (CUTM), ରାୟଗଡା କ୍ୟାମ୍ପସର ସ୍କୁଲ ଅଫ ନର୍ସିଂ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ), ରାୟଗଡାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଚଳିତ ବର୍ଷର ଥିମ୍ From Stigma to Strength ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ଭିଟିଲିଗୋ ରୋଗ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ନର୍ସିଂ ଛାତ୍ରଛାତ୍ରୀ ମାନେ ଅଧ୍ୟାପକମାନଙ୍କ ତତ୍ତ୍ୱାବଧାନରେ ରୋଗୀ ଓ ସେମାନଙ୍କ ସହଯୋଗୀଙ୍କୁ ଭିଟିଲିଗୋର କାରଣ, ଲକ୍ଷଣ, ଚିକିତ୍ସା ଓ ଯତ୍ନ ସମ୍ପର୍କରେ ସଚେତନ କରିଥିଲେ । ଏହା ସହ ରୋଗକୁ ନେଇ ପ୍ରଚଳିତ ବିଭିନ୍ନ ଭ୍ରାନ୍ତ ଧାରଣା ଓ ଅନ୍ଧବିଶ୍ୱାସ ଦୂର କରିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ପ୍ରାୟ ୩୦ରୁ ୩୫ ଜଣ ରୋଗୀ ଓ ସେମାନଙ୍କ ସହଯୋଗୀ ଅଂଶଗ୍ରହଣ କରିଥିଲେ । ଭିଟିଲିଗୋ ସଂକ୍ରାମକ ନୁହେଁ ଏବଂ ଏହି ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପ୍ରତି ସାମାଜିକ ସମର୍ଥନ ଓ ସହାନୁଭୂତି ଆବଶ୍ୟକ ବୋଲି ଉପସ୍ଥିତ ଲୋକଙ୍କୁ ବୁଝାଯାଇଥିଲା । ପୋଷ୍ଟର ଓ ଶିକ୍ଷାମୂଳକ ସାମଗ୍ରୀ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଚାର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭିଟିଲିଗୋ ସମ୍ପର୍କରେ ଲୋକଙ୍କ ଜ୍ଞାନ ବୃଦ୍ଧି ପାଇବା ସହ ରୋଗକୁ ନେଇ ଥିବା କଳଙ୍କ ଓ ଭ୍ରମ ଦୂର କରିବାରେ ସହାୟକ ହୋଇଥିଲା । ସେଥିସହ ନର୍ସିଂ ଛାତ୍ରଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ଶିକ୍ଷା ଓ ସାମୁଦାୟିକ ସେବା କ୍ଷେତ୍ରରେ ବ୍ୟବହାରିକ ଦକ୍ଷତା ମଧ୍ୟ ବୃଦ୍ଧି ପାଇଥିଲା ।

LEAVE A REPLY

Please enter your comment!
Please enter your name here

spot_img

Related articles

ସ୍କୁଟି ଓ ପଲସର ମୁହାମୁହିଁ ଧକ୍କା, ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ବ୍ରହ୍ମପୁର, (୨୬/୦୬) : ଆପ୍ର : ଦୁର୍ଘଟଣା ନେଲା ଦୁଇ ଯୁବକଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଛକରେ ମର୍ମନ୍ତୁଦ...

ବଢ଼ୁଛି ମାଙ୍କଡ଼ ଉପଦ୍ରବ, ଦୁଇ ଦିନରେ ୧୦ ଜଣଙ୍କୁ ଆକ୍ରମଣ

ବାସୁଦେବପୁର, (୨୬/୦୬) : ଆପ୍ର : ବଢ଼ୁଛି ମାଙ୍କଡ଼ ଉପଦ୍ରବ । ଦୁଇ ଦିନରେ ୧୦ ଜଣଙ୍କୁ ମାଙ୍କଡ ଆକ୍ରମଣ । ଭଦ୍ରକ ଜିଲ୍ଲା...

ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ କଡ଼ା ସୁରକ୍ଷା, ଜଗିବେ ୭୨ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ବର, (୨୬/୦୬) : ଆପ୍ର : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ କଡ଼ା ସୁରକ୍ଷା । ଜଗିବେ ୭୨ ପ୍ଲାଟୁନ୍ ଫୋର୍ସ, ଡ୍ରୋନ୍ ଓ...

ଜଳିଗଲା ମାର୍କେଟ କମ୍ପ୍ଲେକ୍ସ, ପ୍ରାୟ ଆଠଟି ଦୋକାନରେ ଲାଗିଛି ନିଆଁ

ବଲାଙ୍ଗିର, (୨୬/୦୬) : ଆପ୍ର : ଜଳିଗଲା ମାର୍କେଟ କମ୍ପ୍ଲେକ୍ସ । ବଲାଙ୍ଗିର ଗାନ୍ଧିନଗରପଡାରେ ହୁତୁହୁତୁ ହୋଇ ଜଳିଗଲା ଦୋକାନ ଘର । ଜାତୀୟ ରାଜପଥ...