Homecrimeନାମୀ ଦାମୀ ବ୍ରାଣ୍ଡର ଲୋଗ ଲଗାଇ ତିଆରି ଚାଲିଥିଲା ନକଲି ସର୍ପ, ଠାବ କରି ସିଲ୍...

ନାମୀ ଦାମୀ ବ୍ରାଣ୍ଡର ଲୋଗ ଲଗାଇ ତିଆରି ଚାଲିଥିଲା ନକଲି ସର୍ପ, ଠାବ କରି ସିଲ୍ କଲା ଗ୍ରାମାଞ୍ଚଳ ପୋଲିସ୍

ଭଦ୍ରକ, (୩୦/୧୦) : ଆପ୍ର : ଭଦ୍ରକରେ ନକଲି ସର୍ପ କାରଖାନା ଠାବ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଣୀତାଲ ବଜାର ନିକଟ ଚାଲିଥିଲା ଏକ ନକଲି ସର୍ପ କାରଖାନା ।

ଯାହାକୁ ଠାବ କରି ସିଲ୍ କରିଛି ଗ୍ରାମାଞ୍ଚଳ ପୋଲିସ୍ । ଗତକାଲି ବିଳମ୍ବିତ ରାତ୍ରିରେ ଏହି ନକଲି ସର୍ପ କାରଖାନା ଓ ଗୋଦାମ ସିଜ୍ ହୋଇଛି । ଏହି କାରଖାନାରେ ସର୍ପରେ ନାମୀ ଦାମୀ ବ୍ରାଣ୍ଡର ଲୋଗ ଲଗାଇ ବଜାରରେ ବିକ୍ରି କରାଯାଉଥିଲା । ଏହି ଖବର ପୋଲିସ୍ ପାଇବା ପରେ ଗତକାଲି ରାତିରେ ଏହି ନକଲି କାରଖାନା ଉପରେ ଚଢ଼ାଉ କରିଥିଲା ପୋଲିସ୍ । ଚଢ଼ାଉ ବେଳେ ଗୋଦାମ ମାଲିକ ଓ କର୍ମଚାରୀ ମାନେ ତାଲା ପକାଇ ପଲାଇ ଯାଇଥିଲେ । ତେଣୁ ପୋଲିସ୍ ସେଠାରୁ ବିପୁଳ ପରିମାଣରେ କଞ୍ଚାମାଲ ସହ ନାମୀ ଦାମୀ ବ୍ରାଣ୍ଡର ଜରି ଜବତ କରିଛି ଓ ଗୋଦାମ କୁ ସିଲ୍ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments