ସୁବର୍ଣ୍ଣପୁର, (୨୯/୧୦) : ଆପ୍ର : ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକ ଓ ଗୋଟିଏ ମୁନସିପାଲଟି ଓ ୨ ଟି ଏନଏସି ରେ ଗତ ତା ୨୮/୧୦/୨୬ ରିଖ ବୁଧୁବାର ସକାଳ ୮ ଘଣ୍ଟା . ୩୦ ମିନିଟ ଠାରୁ ଆଜି ଅର୍ଥାତ୍ ତା ୨୯/୧୦/୨୬ ରିଖ ୮ ଘଣ୍ଟା. ୩୦ ମିନିଟ ମଧ୍ୟରେ ଜିଲ୍ଲା ରେ ସର୍ବମୋଟ ୫୧୯.୮୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି ।
ଏଥିରେ ଏଭାରେଜ ୮୬ . ୬୩ ବର୍ଷା ହୋଇଛି । ଏହି ଜିଲ୍ଲାର ବୀରମହାରାଜପୁର ଠାରେ ସର୍ବାଧିକ ୧୨୯. ୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି । ସୋନପୁର ଠାରେ ୬୩.୮ , ବିନିକା ରେ ୮୧ . ୦ , ତରଭା ରେ ୭୬ .୦ , ଡୁଙ୍ଗୁରିପାଲି ରେ ୭୨ .୦ ଓ ଉଲୁଣ୍ଡା ରେ ୯୮.୦ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

