Homelocalସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି : କୋରାପୁଟରେ ଜନସମ୍ପର୍କ ପ୍ରଦର୍ଶନୀ ମେଳା ଉଦ୍‌ଘାଟିତ

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି : କୋରାପୁଟରେ ଜନସମ୍ପର୍କ ପ୍ରଦର୍ଶନୀ ମେଳା ଉଦ୍‌ଘାଟିତ

କୋରାପୁଟ, (୧୯/୦୬) : ଆପ୍ର : ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସଂସ୍କୃତି ଭବନରେ ‘ବିକାଶର ଧାରା ଓଡ଼ିଶା ସାରା’ ଜିଲ୍ଲାସ୍ତରୀୟ ଜନସମ୍ପର୍କ ଓ ପ୍ରଦର୍ଶନୀ ମେଳା ଉଦ୍‌ଘାଟିତ ହୋଇଯାଇଛି ।WhatsApp Image 2026 06 20 at 09.15.28 1

ମୁଖ୍ୟ ଅତିଥି ଭାବେ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଅତିଥିମାନେ ପ୍ରଦର୍ଶନୀ ଷ୍ଟଲ୍ ପରିଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ‘କୋରାପୁଟର ବିକାଶ’ ଶୀର୍ଷକ ଡକ୍ୟୁମେଣ୍ଟାରୀ ଦେଖିଥିଲେ। ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପ୍ରସ୍ତୁତ ‘ବିକାଶର ଧାରା ଓଡ଼ିଶା ସାରା’ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ୨ ବର୍ଷର ସଫଳତା ସମ୍ପର୍କିତ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଯାଇ ଥିଲା । ମଞ୍ଚରେ ବିଭିନ୍ନ ବିଭାଗର ହିତାଧିକାରୀଙ୍କୁ ଅନୁଦାନ ଓ ପ୍ରାପ୍ୟ ବଣ୍ଟନ କରିଯାଇଛି ।

ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଗତ ଦୁଇ ବର୍ଷରେ କୋରାପୁଟ ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଓ ସଫଳତା ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । ନିକଟରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଜଣେ ଛାତ୍ରୀ ‘ମାଧବ ସିଂ ହାତ ଖର୍ଚ୍ଚ ଯୋଜନା’ର ପ୍ରଭାବ ସମ୍ପର୍କରେ ନିଜ ଅନୁଭୂତି ବଖାଣିଥିଲେ । ପ୍ରଦର୍ଶନୀରେ ବିଭିନ୍ନ ବିଭାଗର ୧୯ଟି ଷ୍ଟଲ୍ ଖୋଲାଯାଇଥିଲା। ସେଥିରେ ସରକାରୀ ଯୋଜନା, ଉପଲବ୍ଧି ଓ ବିକାଶମୂଳକ କାର୍ଯ୍ୟ ପ୍ରଦର୍ଶିତ ହୋଇଥିଲା।WhatsApp Image 2026 06 20 at 09.15.28 2

କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭଗବାନ ମୁଦୁଲି, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପ ଅଧ୍ୟକ୍ଷ ସୁକାନ୍ତି ମାଝୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନରେଶ ଚନ୍ଦ୍ର ଶାବର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ବେଣୁଧର ଶବର ପ୍ରମୁଖ ଉପସ୍ଥିତ ରହି ନିଜ ମତ ବ୍ୟକ୍ତ କରିଥିଲେ। ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ସାମ୍ବାଦିକ ବନ୍ଧୁ ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments