୩ ଦିନରେ କଟିଲା ୪୬୧୧ ଚାଲାଣ

Date:

Share post:

ଭୁବନେଶ୍ବର, (୨୭/୦୫) : ଆପ୍ର : ପରିବହନ ବିଭାଗ ଗତ ତିନି ଦିନ ମଧ୍ୟରେ ଟ୍ରାଫିକ୍ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ୪୬୧୧ ଟି ଇ-ଚାଲାଣ ଜାରି କରିବା ସହ ୨୧ ଲକ୍ଷରୁ ଅଧିକ ଟଙ୍କାର ଜୋରିମାନା ଆଦାୟ କରିଛି ।

ଏଥିସହିତ ନିୟମ ଉଲ୍ଲଂଘନ କରିଥିବା ୮ଟି ଗାଡ଼ିକୁ ଜବତ କରାଯାଇଥିବା ବେଳେ ୯୩ଟି ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି । ପରିବହନ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଦ୍ରୁତଗତିରେ ଗାଡ଼ି ଚଲାଇବା ଯୋଗୁଁ ୧୨୮୯ଟି ଏବଂ ବିନା ହେଲମେଟ୍‌ରେ ଗାଡ଼ି ଚାଳନା ଯୋଗୁଁ ୧୨୧୯ଟି ଚାଲାଣ କଟାଯାଇଛି । ସେହିପରି ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ୧୯୫ଟି ଚାଲାଣ ଏବଂ ବେଆଇନ ପାର୍କିଂ ପାଇଁ ୧୪୬ଟି ଚାଲାଣ ଜାରି ହୋଇଛି ।

କଟକ ଆରଟିଓ ୩୪୯ଟି ଚାଲାଣ ଜାରି କରିଥିବା ବେଳେ ଭୁବନେଶ୍ୱର-୧ ୩୩୩ଟି, ବାଲେଶ୍ୱର ୨୯୮ଟି, ଝାରସୁଗୁଡ଼ା ୨୯୩ଟି ଏବଂ ପୁରୀ ଆରଟିଓ ୧୪୯ଟି ଚାଲାଣ ଜାରି କରିଛି । ସେହିପରି ଖୋରଧା ଏଆରଟିଓ ଜୋରିମାନା ବାବଦରେ ୭. ୮୬ ଲକ୍ଷ ଟଙ୍କା ସଂଗ୍ରହ କରିଥିବା ବେଳେ ପୁରୀ ଆରଟିଓ ୩.୨୦ ଲକ୍ଷ ଟଙ୍କା, ବୌଦ୍ଧ ଆରଟିଓ ୨.୨୩ ଲକ୍ଷ ଟଙ୍କା, ଝାରସୁଗୁଡ଼ା ଆରଟିଓ ୧.୯୪ ଲକ୍ଷ ଟଙ୍କା ଏବଂ ଭୁବନେଶ୍ୱର-୧ ଆରଟିଓ ୧.୫୩ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛନ୍ତି । ଆଗକୁ ମଧ୍ୟ ଏହି ଯାଞ୍ଚ ବ୍ୟବସ୍ଥା ବ୍ୟାପକ ଭାବେ ଜାରି ରହିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୪ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (୧୬/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣାରେ ପାଟଣାଗଡ଼ ପୋଲିସ...

ସୁନ୍ଦରଗଡ଼ରେ ଭୟଙ୍କର ଟ୍ରେଲର ଧକ୍କା, ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼, (୧୬/୦୬) : ଆପ୍ର : ଜୀଅନ୍ତା ଜଳିଗଲେ ଦୁଇ ଟ୍ରକ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ...

ଦିଘାରୁ ହଟିଲା ‘ଧାମ’ ଶବ୍ଦ: ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଭୁବନେଶ୍ୱର, (୧୬/୦୬) : ଆପ୍ର : ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ...

ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ ଛଅ ଦୁର୍ବୁତ୍ତ

ଅନୁଗୁଳ, (୧୬/୦୬) : ଆପ୍ର : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର ଛକ ଠାରେ ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ...