Homebreaking newsଡିଜେ ସାଉଣ୍ଡ ନେଲା ଜୀବନ, ଜଣେ ମୃତ ଓ ୧୦ରୁ ଉର୍ଦ୍ଧ୍ବ ଗୁରୁତର

ଡିଜେ ସାଉଣ୍ଡ ନେଲା ଜୀବନ, ଜଣେ ମୃତ ଓ ୧୦ରୁ ଉର୍ଦ୍ଧ୍ବ ଗୁରୁତର

ଖୋର୍ଦ୍ଧା, (୨୭/୦୯) : ଆପ୍ର : ଜଟଣୀରେ ଗଣେଶ ଭସାଣି ବେଳେ ଘଟିଛି ଅଘଟଣ । ଡିଜେର ଶବ୍ଦ ଓ ଭାଇବ୍ରେସନ ମଧ୍ୟରେ ଭୁଶୁଡ଼ି ପଡ଼ିଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଦୁଇ ମହଲା କଂକ୍ରିଟ୍ ଛାତ ।

ଭସାଣି ଦେଖିବା ପାଇଁ ରାସ୍ତାକଡ଼ରେ ଏକାଠି ହୋଇଥିବା ଲୋକଙ୍କ ଉପରେ ଛାତର ଭଗ୍ନାବଶେଷ ଖସି ପଡ଼ିବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୧୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ଅଞ୍ଚଳରେ ହଠାତ୍ ଆତଙ୍କ ଖେଳିଯାଇଥିଲା । ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକେ ତୁରନ୍ତ ଭଗ୍ନାବଶେଷ ତଳୁ ଆହତଙ୍କୁ ବାହାର କରିଥିଲେ । ଗୁରୁତରଙ୍କୁ ଜଟଣୀ ସମେତ ବିଭିନ୍ନ ହସ୍ପିଟାଲକୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଭସାଣି ବେଳେ ଡିଜେକୁ ଅନୁମତି ନଥିବା ସତ୍ତ୍ବେ ମଧ୍ୟ ଡିଜେ ବାଜିଥିଲା । ଯାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments