କେନ୍ଦ୍ରାପଡା, (୨୦/୦୭) : ଆପ୍ର : ଟ୍ରକୁ ଧକ୍କାଦେଲା ଟ୍ରକ । ଦୁର୍ଘଟଣାରେ ୩ ମୃତ । କେନ୍ଦ୍ରାପଡା-କଟକ ଚାନ୍ଦବାଲି ରାସ୍ତା କୁସୁନପୁର ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।
ରାସ୍ତାରେ ଅଟକି ଥିବା ଟ୍ରକୁକୁ ଏକ ମାଛ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ନିଶ୍ଚିନ୍ତକୋଇଲି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । କଟକ ଚାନ୍ଦବାଲି ମୁଖ୍ୟ ସଡ଼କର କୁସୁନପୁର ଛକ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଅଟକି ରହିଥିବା ଏକ ଟ୍ରକକୁ ପଛପଟୁ ଏକ ମାଛ ବୋଝେଇ ଟ୍ରକ ଜୋରଦାର ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟ କାରଣରୁ ଗୋଟିଏ ଟ୍ରକ ରାସ୍ତାରେ ଅଟକି ରହିଥିଲା । ସେହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ମାଛ ବୋଝେଇ ଟ୍ରକଟି ନିୟନ୍ତ୍ରଣ ହରାଇ ଅଟକିଥିବା ଟ୍ରକକୁ ଜୋରଦାର ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଭିତରୁ ଆହତ ଓ ମୃତଦେହଗୁଡ଼ିକୁ ବାହାର କରିଥିଲେ। ଗୁରୁତର ଆହତ ବ୍ୟକ୍ତିଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ଦେବା ପରେ ନିଶ୍ଚିନ୍ତକୋଇଲି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

