Homelocalଭୀଷଣ ବର୍ଷା ଓ ପବନରେ ଭୁଶୁଡ଼ିଲା ୧୩୨ କେଭି ଟ୍ରାନ୍ସମିସନ୍ ଟାୱାର

ଭୀଷଣ ବର୍ଷା ଓ ପବନରେ ଭୁଶୁଡ଼ିଲା ୧୩୨ କେଭି ଟ୍ରାନ୍ସମିସନ୍ ଟାୱାର

କୋରାପୁଟ, (୨୬/୦୯) : ଆପ୍ର : କୋରାପୁଟରେ ଲଗାଣ ବର୍ଷାର ତାଣ୍ଡବ । ମାଲିଗୁଡ଼ାରେ ଦବିଛି ରେଳଧାରଣା । ୧୩୨ କେଭି ବିଦ୍ୟୁତ୍ ଟାୱାର ଖସି ରେଳ ଚଳାଚଳ ଠପ୍ ।

​ମାଲିଗୁଡ଼ା-ଛତ୍ରିପୁଟ ମଧ୍ୟରେ ପ୍ରାୟ ୧୫୦ ମିଟର ଅଞ୍ଚଳରେ ପ୍ରବଳ ଭୂସ୍ଖଳନ ଯୋଗୁଁ ଦବିଯାଇଛି ରେଳ ଟ୍ରାକ୍ । ​୩ଟି ପ୍ରମୁଖ ଟ୍ରେନ୍ ବାତିଲ। ​ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମତି କାର୍ଯ୍ୟ ଜାରି । ଘଟଣାସ୍ଥଳରେ ରାୟଗଡ଼ା ଡିଆରଏମ୍ ଉପସ୍ଥିତ ଅଛନ୍ତି । କୋରାପୁଟ-କୋତ୍ତଭାଲାସା-କିରଣ୍ଡୁଲ ରେଳପଥର ମାଲିଗୁଡ଼ା ରେଳ ଷ୍ଟେସନ ନିକଟରେ ବିପର୍ଯ୍ୟୟ ଘଟିଛି । ପ୍ରବଳ ବେଗରେ ପବନ ବହିବା ଯୋଗୁଁ ଏକ ୧୩୨ କେଭିର ବିଦ୍ୟୁତ୍ ଟ୍ରାନ୍ସମିଶନ ଟାୱାର ଭାଙ୍ଗି ସିଧାସଳଖ ରେଳଧାରଣା ଉପରେ ପଡ଼ିଥିଲା । ଏହା ସହିତ ମାଲିଗୁଡ଼ା-ଛତ୍ରୀପୁଟ ମଧ୍ୟବର୍ତ୍ତୀ ଅଞ୍ଚଳରେ ପାହାଡ଼ରୁ ବିରାଟ ମାଟି ଅତଡ଼ା ଖସି ପ୍ରାୟ ୧୫୦ ମିଟର ଧାରଣା ସମ୍ପୂର୍ଣ୍ଣ ଦବି ଭୁଶୁଡ଼ି ପଡ଼ିଛି ।

ଫଳରେ ଏହି ରୁଟ୍ ରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ । ​ରେଳ ଲାଇନ୍ ନଷ୍ଟ ହେବା ଯୋଗୁଁ ପୂର୍ବତଟ ରେଳପଥ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ କେତେକ ଟ୍ରେନ୍ ବାତିଲ କରାଯାଇଛି । ​କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ୍ ଏବଂ କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ସମ୍ପୂର୍ଣ୍ଣ ବାତିଲ ସହ ​ରାଉରକେଲା-ଜଗଦଲପୁର ଇଣ୍ଟରସିଟି ଏକ୍ସପ୍ରେସ୍ ଚଳାଚଳ ବନ୍ଦ ହୋଇଛି । ରାୟଗଡ଼ା ଡିଭିଜନାଲ ରେଲୱେ ମ୍ୟାନେଜର ଅମିତାଭ ସିଙ୍ଘଲଙ୍କ ସମେତ ରେଳ ବିଭାଗର ବରିଷ୍ଠ ଯନ୍ତ୍ରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜେସିବି ମେସିନ୍ ସାହାଯ୍ୟରେ ଟ୍ରାକ୍ ଉପରୁ ମାଟି ଓ ପଥର ହଟାଇବା ସହ ଭୁଶୁଡ଼ି ପଡ଼ିଥିବା ଟାୱାରକୁ କାଟି ଅଲଗା କରାଯାଉଛି । ଦବି ଯାଇଥିବା ଧାରଣା ତଳେ ପଥର ଓ ବାଲି ବସ୍ତା ପକାଇ ଟ୍ରାକ୍ କୁ ସୁଦୃଢ଼ କରିବା ପାଇଁ ଶତାଧିକ ଶ୍ରମିକ ନିୟୋଜିତ ଅଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments