ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

Date:

Share post:

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆ ଠାରେ ଚାଲୁଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ “ବିକାଶ ର ଧାରା, ଓଡ଼ିଶା ସାରା”ର ଦ୍ଵିତୀୟ ଦିନରେ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଉନ୍ନୟନ ବୋର୍ଡର ଅଧ୍ୟକ୍ଷ ବଲ୍ଲଭ ଧରୁଆ, ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଗୋପାଳଜୀ ପାଣିଗ୍ରାହୀ, ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାପରିଷଦ ପ୍ରତିନିଧି ମାଧବ ସାଏ ଓ ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ତରଣୀ ସୁନା, ଜିଲ୍ଲା କୃଷି ଅଧିକାରୀ ଧୀରେନ ସିଂ ବରିହା, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ସାରଦା ପ୍ରସାଦ ସିଂ ବରିହା, ବରିଷ୍ଠ ବୈଜ୍ଞାନିକ ଡାଃ. ସତ୍ୟମୟ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ । ରାସାୟନିକ ସାର ଓ କୀଟନାଶକର ଅତ୍ୟଧିକ ବ୍ୟବହାର ଯୋଗୁଁ ଆମର ମାଟି, ଜଳ ଏବଂ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ଏହାର ସିଧାସଳଖ ପ୍ରଭାବ ମଣିଷର ସ୍ୱାସ୍ଥ୍ୟ ଉପରେ ପଡୁଛି ।

ଏହି ସମସ୍ୟାର ଏକମାତ୍ର ସମାଧାନ ହେଉଛି ଜୈବିକ ବା ପ୍ରାକୃତିକ ଚାଷ । ଜୈବ କୃଷି କେବଳ ଏକ ଚାଷ ପ୍ରଣାଳୀ ନୁହେଁ, ଏହା ହେଉଛି ଆମର ପରମ୍ପରା ଏବଂ ଭବିଷ୍ୟତର ସୁରକ୍ଷା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଗୋବର ସାର, କମ୍ପୋଷ୍ଟ ଏବଂ ଜିଆ ସାର ବ୍ୟବହାର କରି ମାଟିର ପ୍ରାକୃତିକ ଶକ୍ତିକୁ କିପରି ଫେରାଇ ଅଣାଯାଇପାରିବ । ଜୈବିକ ପଦ୍ଧତିରେ ଚାଷ କଲେ ଅନ୍ୟ ସାର ଉପରେ ନିର୍ଭର କରିବାକୁ ପଡେନାହିଁ, ଯାହାଦ୍ୱାରା ଚାଷ ଖର୍ଚ୍ଚ କମିବା ସହ ଚାଷୀଙ୍କ ଶୁଦ୍ଧ ମୁନାଫା ବୃଦ୍ଧି ପାଇଥାଏ ।

ବର୍ତ୍ତମାନ ସମୟରେ ଜୈବିକ ଉତ୍ପାଦର ଚାହିଦା ଜିଲ୍ଲା ତଥା ରାଜ୍ୟରେ ବହୁତ ଅଧିକ ରହିଛି । ଚାଷୀମାନେ ସେମାନଙ୍କ ଉତ୍ପାଦ ଫସଲର ସଠିକ୍ ମୂଲ୍ୟ କିପରି ପାଇପାରିବେ, ସେଥିପାଇଁ ସ୍ୱତନ୍ତ୍ର ବଜାର ବ୍ୟବସ୍ଥା ଇତ୍ୟାଦି ଉପରେ ଅତିଥି ଓ କୃଷି ବିଶେଷଜ୍ଞମାନେ ଆଲୋଚନା କରିଥିଲେ । ଏହି ଅବସରରେ ୧୩ଜଣ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ୩ଜଣଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କାର୍ଯ୍ୟାଦେଶ ଦିଆଗଲା ।

କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ବିଭାଗ ଏବଂ ଜଳ ଛାୟା, ପ୍ରାଣୀ ସମ୍ପଦ ବିକାଶ ଓ ମତ୍ସ୍ୟ ସମ୍ପଦ ବିକାଶ, ଜଳ ସମ୍ପଦ, ସମବାୟ ବିଭାଗ ଓ ଏପିକଲ୍ ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପାରମ୍ପରିକ ଜ୍ଞାନକୌଶଳରେ ଚାଷ କରି ସଫଳ ହୋଇଥିବା ଚାଷୀଙ୍କୁ ଏହି ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଦିନରେ ପ୍ରତିଟି ଗାଁରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସଂକଳ୍ପ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...

ବିଷଧର ସାପକୁ ଧରି ଡାକ୍ତରଖାନାରେ ପହଁଚିଗଲେ ମହିଳା

ମାଲକାନଗିରି, (୨୫/୦୬) : ଆପ୍ର : ବିଷାକ୍ତ ସାପକୁ ଧରି ମେଡ଼ିକାଲରେ ପହଁଚିଗଲେ ମହିଳା । ସାପ କାମୁଡ଼ିବା ପରେ ସେହି ସାପକୁ ଧରି...