Homelocalସଂଗ୍ରାମୀ ଅଶୋକ ଭୋଇ ଅମର ରହେ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା ପକ୍ଷରୁ ଶ୍ରଦ୍ଧାଞ୍ଜଳି...

ସଂଗ୍ରାମୀ ଅଶୋକ ଭୋଇ ଅମର ରହେ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ମୁରିବାହାଲ, (୨୫/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଡଙ୍ଗରପଡା କୋକଡୁଙ୍ଗୁରି ଠାରେ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡାର ଅସ୍ଥାୟୀ ସଭାପତି ଲଳିତ ଯାନୀଙ୍କ ଆହ୍ୱାନ କ୍ରମେ ପୂର୍ବତନ କନ୍ଧ ସମାଜ ବୁଡୁକା ପ୍ରଗଣାର ସମ୍ପାଦକ ତଥା ଯୁବ ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ଶ୍ରଦ୍ଧାଞ୍ଜଳି ଶୋକସଭା ଅନୁଷ୍ଠିତ ହୋଇଯାଇଛି ।

ସର୍ବପ୍ରଥମେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ୱଳନ କରି ସ୍ୱର୍ଗତ ଭୋଇଙ୍କ ଅମର ଆତ୍ମା ‘ଡୁମା ପିଦର କୋଣ’ରେ ସ୍ଥାନ ପାଇବା ପାଇଁ ପ୍ରାର୍ଥନା କରାଯାଇଥିଲା । ଜଣେ ନିଷ୍କପଟ, ନିର୍ଭୀକ, ଦାମ୍ଭିକ ବ୍ୟକ୍ତିତ୍ୱ ଭାବେ ସ୍ୱର୍ଗତ ଭୋଇ ମାନବ ସମାଜର ଶୋଷିତ, ପୀଡିତ ଲୋକଙ୍କ ସ୍ୱର ହୋଇ ଆଦିବାସୀମାନଙ୍କର ସ୍ୱାର୍ଥ ପାଇଁ ଲଢେଇ କରୁଥିଲେ । ସେ ଜଣେ ପ୍ରକୃତି ପ୍ରେମୀ ତଥା ସମାଜ ସଂଗଠକ ଥିଲେ । ତାଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିଲା ବୋଲି ଆଦିବାସୀ ନେତା ସୁରେଶ ଭୋଇ ଦୁଃଖ ପ୍ରକାଶ କରିଥିଲେ ।

ଜଣେ ଆଦିବାସୀ ସମାଜର ହୀରାକୁ ହରାଇଲୁ ବୋଲି ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ସମ୍ପାଦକ ଡିଙ୍ଗର ଭୋଇ ଶୋକ ପ୍ରକାଶ କରିଥିଲେ । ଏହି ଶୋକ ସଭାରେ ଈଶ୍ୱର ଭୋଇ, ଜଗଦୀଶ ଭୋଇ, ବ୍ରଜ ଭୋଇ, କୁବେର ଭୋଇ, ମୋତି ଭୋଇ, କପିଳାସ ଭୋଇ, ହାଡିବନ୍ଧୁ ଭୋଇ, ମିନିକେତନ ପାତ୍ର, ଆର୍ତ୍ତତ୍ରାଣ ଭୋଇ, ବସନ୍ତ ଭୋଇ, ହୀରା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments