Homelocalଜୁଲୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ପାଇଁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଜୁଲୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ପାଇଁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ସୁବର୍ଣ୍ଣପୁର, (୨୬/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଜୁଲୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାରୁ ନେଇ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି ।WhatsApp Image 2026 09 27 at 12.30.50

ବିଦ୍ୟାଳୟରେ ମୋଟ ୯୩ ଜଣ ଛାତ୍ରଛାତ୍ରୀ ପାଠ ପଢ଼ାଇବା ପାଇଁ ଜଣେ ସ୍ଥାୟୀ ଶିକ୍ଷକ ଓ ଜଣେ ଡେପୁଟେସନ ମାତ୍ର ୨ ଜଣ ଶିକ୍ଷକ ରହିଛନ୍ତି । ଶିକ୍ଷକ ଅଭାବ ଥିବାରୁ ଶିକ୍ଷକ ଯୋଗାଇ ଦେବାପାଇଁ ସ୍କୁଲ କମିଟୀ ଓ ଗ୍ରାମବାସୀ ମିଶି ଡିଇଓ, ବିଇଓ ଏବଂ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ଶୁଣୁନାହାନ୍ତି । ତେଣୁ ଆଜକୁ ଚାରିଦିନ ହେଲା ଅଭିଭାବକମାନେ ନିଜ ନିଜ ପିଲାଙ୍କୁ ସ୍କୁଲ ଯିବାକୁ ମନା କରିଦେଇଥିଲେ । ସୂଚନା, ଗତ ସେପ୍ଟେମ୍ବର ୫ ତାରିଖରେ ଶିକ୍ଷକମାନଙ୍କ ପଦୋନ୍ନତି ହେବାରୁ ଉକ୍ତ ସ୍କୁଲରୁ ଦୁଇଜଣ ଶିକ୍ଷକ ଅନ୍ୟତ୍ର ବଦଳି ହୋଇ ଯାଇଥିଲେ ।

ସେହିଦିନ ଠାରୁ ଜଣେ ମାତ୍ର ଶିକ୍ଷକ ବିଦ୍ୟାଳୟ ଚଳାଉଥିଲେ । ସେପ୍ଟେମ୍ବର ୧୮ ତାରିଖରେ ଡେପୁଟେସନ ରେ ଜଣେ ଶିକ୍ଷକ ଯୋଗ ଦେଇଛନ୍ତି । ସେହିଦିନରୁ ଆଜିପଯ୍ୟନ୍ତ ଦୁଇଜଣ ଶିକ୍ଷକରେ ସ୍କୁଲ ଚାଲିଛି । ତେଣୁ ଗ୍ରାମବାସୀ ଆଜି ସ୍କୁଲରେ ତାଲାମାରି ଆବଶ୍ୟକ ସ୍ଥାୟୀ ଶିକ୍ଷକ ଯୋଗାଇଦେବା ପାଇଁ ଦାବୀ କରୁଛନ୍ତି । ସେପଟେ ଯେତେଦିନ ପର୍ଯ୍ୟନ୍ତ ଶିକ୍ଷକ ପଦବୀ ପୂରଣ ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ବିଦ୍ୟାଳୟରୁ ତାଲା ଖୋଲାଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments