Homelocalଜନବସତି ମୁହାଁ ପୁରୀ ସମୁଦ୍ର, ଉଚ୍ଚ ଢେଉ ମାଡ଼ି ଆସି ଭସାଇ ନେଇଛି ଦୋକାନ ବଜାର

ଜନବସତି ମୁହାଁ ପୁରୀ ସମୁଦ୍ର, ଉଚ୍ଚ ଢେଉ ମାଡ଼ି ଆସି ଭସାଇ ନେଇଛି ଦୋକାନ ବଜାର

ପୁରୀ, (୨୬/୦୯) : ଆପ୍ର : ଜନବସତି ମୁହାଁ ପୁରୀ ସମୁଦ୍ର । ଭାସିଗଲା ଦୋକାନ ବଜାର । ସ୍ୱର୍ଗଦ୍ୱାର, ଲାଇଟ୍ ହାଉସ, ବଳିଆପଣ୍ଡା, ସିପସରୁବାଲି ସବୁଠି କୂଳ ଲଙ୍ଘୁଛି ।

ସମୁଦ୍ର ଉଚ୍ଚ ଢେଉ ମାଡ଼ି ଆସି ଦୋକାନ ବଜାର ଭସାଇ ନେଇଛି । ଅବପାତ ପ୍ରଭାବରେ କୂଳରେ ୨ ରୁ ୩ ଫୁଟ ଉଚ୍ଚର ଲହଡ଼ି ମାଡ଼ ହେଉଛି । ଫଳରେ ସମୁଦ୍ର ଅଶାନ୍ତ ହୋଇ କୂଳ ଆଡ଼କୁ ମାଡ଼ି ଆସୁଛି । ବଳିଆପଣ୍ଡା ଠାରୁ ସିପସରୁବାଲି ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ଅଞ୍ଚଳରେ ସମୁଦ୍ର କୂଳ ଖାଉଛି । ଲାଇଟ୍ ହାଉସ୍ ପାର୍ଶ୍ୱରୁ ମଙ୍ଗଳା ମୁହାଣ ପାର୍ଶ୍ୱକୁ ଅତଡ଼ା ଖସିବାରେ ଲାଗିଛି । ଆଉ ମାତ୍ର ୨୦୦ ରୁ ୩୦୦ ମିଟର ଦୂରରେ ରହିଛି ସମୁଦ୍ର । ‘ନ୍ୟାସନାଲ୍ ସେଣ୍ଟର ଫର୍ କୋଷ୍ଟାଲ୍ ରିସର୍ଚ୍ଚ’, NCCRର ରିପୋର୍ଟ ଅନୁଯାୟୀ, ପୁରୀ ଜିଲ୍ଲାର ୧୩୮ କିଲୋମିଟର ଲମ୍ବ ବିଶିଷ୍ଟ ଉପକୂଳ ମଧ୍ୟରୁ ୧୦.୨% ଅଂଶରେ ସକ୍ରିୟ ଭାବେ ଅବକ୍ଷୟ ପ୍ରକ୍ରିୟା ଜାରି ରହିଛି । ଜିଓ ସିନ୍ଥେଟିକ ୱାଲ୍ ଓ ହେନ୍ତାଳ ବଣ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି ବୁଦ୍ଧିଜୀବୀ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments