Homelocalକଲବଲ କଲାଣି ଜଣ୍ଡିସ, ମାସକ ଭିତରେ ୧୫ ରୁ ଅଧିକ ଆକ୍ରାନ୍ତ

କଲବଲ କଲାଣି ଜଣ୍ଡିସ, ମାସକ ଭିତରେ ୧୫ ରୁ ଅଧିକ ଆକ୍ରାନ୍ତ

ବାଲେଶ୍ଵର, (୦୯/୦୭) : ଆପ୍ର : ବାଲେଶ୍ଵର ସହରରେ କଲବଲ କଲାଣି ଜଣ୍ଡିସ । ମାସକ ଭିତରେ ପାଖାପାଖି ୪ ଟି ୱାର୍ଡରେ ୧୫ ରୁ ଅଧିକ ଆକ୍ରାନ୍ତ

ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସହରର ୨୪ ନମ୍ୱର , ୨୫ ନମ୍ବର,୨୭ ନମ୍ବର ଓ ୧୨ ନମ୍ୱର ୱାର୍ଡ ରେ ଜଣ୍ଡିସ ରୋଗୀ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ନର୍ଦ୍ଦମା ଭିତର ଦେଇ ବିଭିନ୍ନ ସ୍ଥାନରେ ପାଇପ୍ ପାଣି ଯାଉଛି । କିଛି ପରିତ୍ୟକ୍ତ ସ୍ଥାନରେ ପାଇପରୁ ଜଳ ନିର୍ଗତ ହୋଇ ଏଣେତେଣେ ପଡୁଛି । ସେହିଭଳି ଅନେକ ସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ସହର ଡ୍ରେନ୍ ଭିତରେ ଥିବା ବେଳେ ଲକ୍ ସିଷ୍ଟମ ମଧ୍ୟ ନାହିଁ । ଫଳରେ ଦୂଷିତ ପାଣି ବ୍ୟବହାର ଦ୍ବାରା ଜଣ୍ଡିସ ବ୍ୟାପୁଥିବା ଅଭିଯୋଗ ହୋଇଛି ।

ଏନେଇ ବାରମ୍ବାର ପ୍ରଶାସନ ଓ ଜନ ସ୍ଵାସ୍ଥ୍ୟ ବିଭାଗକୁ ଗୁହାରି କଲେ ମଧ୍ୟ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଦୂଷିତ ପାଣି ପିଇବା କାରଣରୁ ଜଣ୍ଡିସ ବ୍ୟାପୁଥିବା ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଅନ୍ୟପଟେ ଜନ ସ୍ୱାସ୍ଥ୍ୟ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି, ବିଭିନ୍ନ ସ୍ଥାନରେ ନୂଆ ପାଣି ପାଇପ୍ ସଂଯୋଗ ହୋଇଛି । କିଛି ସ୍ଥାନରେ ପାଇପ୍ ମରାମତି କାର୍ଯ୍ୟ କରି ସମାଧାନ କରାଯିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments