କୋଇଲା ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ, କଣ୍ଟାମାଳ ପୋଲିସ ଦ୍ୱାରା ଜବତ

Date:

Share post:

କଣ୍ଟାମାଳ, (୨୯/୦୫) : ଆପ୍ର : ଉପରେ କୋଇଲା ତଳେ ଗଞ୍ଜେଇ । ଅଭିନଵ ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ ଦ୍ୱାରା ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ

ଗାଡିରେ ରହିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ । କଣ୍ଟାମାଳ ଘଣ୍ଟାପଡା ରାସ୍ତା ଉଦେପୁର ଛକରୁ ଗତକାଲି ସକାଳୁ ଟ୍ରକଟିକୁ ଜବତ କରାଯାଇଥିଲା । ଆଜି ସକାଳୁ ଟ୍ରକକୁ ଯାଞ୍ଚ ପରେ ଜବତ ହୋଇଛି ଗଞ୍ଜେଇ l ଟ୍ରକରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରାଯାଉଥିଲା । ଗତକିଛି ଦିନ ତଳେ ଗ୍ରୋସରୀ ଗାଡ଼ିରେ ଦୁଇ କୋଟିର ଗଞ୍ଜେଇ ଚାଲାଣ ହେଉଥିଲା । ମହାରାଷ୍ଟ୍ରର ଗୋଣ୍ଡିଆ ଅଞ୍ଚଳରେ ଦୁଇ କୋଟିର ଗଞ୍ଜେଇ ଠାବ ହୋଇଥିଲା । ଏଥିରେ ୨ ଆନ୍ତଃରାଜ୍ୟ ନିଶା ମାଫିଆ ଗିରଫ ହୋଇଥିଲେ । ଓଡ଼ିଶାରୁ ମହାରାଷ୍ଟ୍ରକୁ ଗ୍ରୋସରୀ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଚଢାଉ କରିଥିଲା । ଚଢାଉରେ ପ୍ରାୟ ୨କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ସହ ୨ ନିଶା ମାଫିଆଙ୍କୁ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତ ହେଲେ ଏମ୍ .ଡି ପ୍ରକାଶ ଓ ଏନ୍ .ଏମ୍ ପଦ୍ମଲାଲ ।

 

LEAVE A REPLY

Please enter your comment!
Please enter your name here

spot_img

Related articles

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ NTAର ଗାଇଡ୍ ଲାଇନ୍

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍...

ଫୁଡ୍ ବିଜନେସ୍ କରୁଥିବା ଲୋକଙ୍କ ପାଇଁ FSSAI ର ନୂଆ ନିୟମ, କଳଙ୍କୀ ଛୁରି ବ୍ୟବହାର ମନା

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ୍ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି...

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ସଙ୍କଟର ଉତ୍କଟ ରୂପ ଧାରଣ

ବେଲପଡ଼ା, (୧୯/୦୬) : ଆପ୍ର : ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ପାଣି ସଙ୍କଟ ମଧ୍ୟ ଉତ୍କଟ ରୂପ ଧାରଣ କରିଛି । ବଲାଙ୍ଗିର ଜିଲ୍ଲା...

ପୂର୍ବ ଶତ୍ରୁତା ନେଲା ଜୀବନ; ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା, ଅଭିଯୁକ୍ତ ଅଟକ

ବରଗଡ଼, (୧୯/୦୬) : ଆପ୍ର : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା...