୩ କୁଇଣ୍ଟାଳ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ : ମାଫିଆ ଫେରାର

Date:

Share post:

ସୁବର୍ଣ୍ଣପୁର, (୨୪/୦୬) : ଆପ୍ର : ଗାଡି ଛାଡି ଗଞ୍ଜେଇ ମାଫିଆ ଫେରାର । ଏହି ଘଟଣା ହେଉଛି ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୂଜାରୀ ସାହାଜବାହାଲ ଗାଁ’ରେ WB26 BB-0290 ବୋଲେନୋ କାରରୁ ବିପୁଳ ଗଞ୍ଜେଇ ଜବତ ଏବଂ ଗଞ୍ଜେଇ ଭର୍ତ୍ତି କାର ଛାଡି ଘଟଣା ସ୍ଥଳରୁ ୨ ଜଣ ମାଫିଆ ଫେରାର ମାରିଛନ୍ତି ।

ବିଶ୍ୱସ୍ତ ପୁଲିସ ଖବର ପାଇଁ କାରକୁ ପିଛା କରିଥିଲା । ହେଲେ ଦ୍ରୁତ ଗତିରେ ଗଞ୍ଜେଇ ଭର୍ତ୍ତି କାର ଫେରାର ମାରିଥିବାରୁ ପୂଜାରୀ ସାହାଜବାହାଲ ଗାଁ ଭିତରେ କାରକୁ ପୁଲିସ କାବୁ କରିଥିଲା I କିନ୍ତୁ ଘଟଣା ସ୍ଥଳରୁ ମାଫିଆ ଫେରାର ମାରିଥିବାରୁ ଗଞ୍ଜେଇ ଭର୍ତ୍ତି କାରକୁ ପୁଲିସ ଜବତ କରି ତଦନ୍ତ ଚଳାଇଛି । ଏପଟେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ପହଞ୍ଚି ଛାନଭିନ ଜାରୀ ରଖିଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କଲା ପରେ ସେଥିରୁ ୩ କ୍ୱିଣ୍ଟାଲ ଊର୍ଦ୍ଧ୍ୱ ଗଞ୍ଜେଇ ଗାଡିରୁ ପୁଲିସ ଜବତ କରିଥିଲା । ଏହି ଚଢାଉ ସମୟରେ ବିନିକା ଥାନା ଅଧିକାରୀ ଅନିତା କିଡୋ, ଏସଆଇ ମରୁତ ଚନ୍ଦ୍ର ପ୍ରଧାନ ଓ ପ୍ରଭାତୀ ଦାଶ , ତ୍ରିନାଥ ସାହୁ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...