ଜଳେଶ୍ୱର, (୨୮/୦୬) : ଆପ୍ର : ଜଳେଶ୍ୱରରେ ପାରିବାରିକ କଳହର କରୁଣ ପରିଣତି । ପନିକିରେ ଶାଶୁକୁ ହାଣିଲା ବୋହୁ ।
ଗୁରୁତର ଅବସ୍ଥାରେ ଶାଶୁ କୁ କଟକ ବଡ଼ ମେଡିକାଲରେ ଭର୍ତି କଲେ ସମ୍ପର୍କୀୟ । ବୋହୁ ଶିବାନୀକୁ ବାନ୍ଧିଲା ଭୋଗରାଇ ଥାନା ପୋଲିସ । ଅର୍ଥ ଲୋଭରେ ଶାଶୁକୁ ବୋହୁ ହାଣିଥିବା ଅଭିଯୋଗ । ସେପଟେ ପୋଲିସ ବୋହୁକୁ ଅଧିକ ପଚରା ଉଚରା କରୁଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ପଥରଘାଟା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ପାରିବାରିକ ବିବାଦ ଓ ଅର୍ଥ ଲୋଭକୁ ନେଇ ଏହି ଆକ୍ରମଣ ଘଟିଥିବା ଅଭିଯୋଗ ଉଠିଛି । ଘଟଣା ପରେ ଭୋଗରାଇ ଥାନା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତ ବୋହୁ ଶିବାନୀକୁ ଗିରଫ କରିଛି । ପୋଲିସ ତାଙ୍କୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି ଏବଂ ଘଟଣାର ସମସ୍ତ ପ୍ରାସଙ୍ଗିକ ଦିଗ ତଦନ୍ତ କରୁଛି । ସ୍ଥାନୀୟ ଲୋକମାନେ ଏହି ଘଟଣାକୁ ନେଇ ଚମକିଯାଇଛନ୍ତି ଏବଂ ଗାଁ’ରେ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି । ପୋଲିସ ଘଟଣାର ପୂର୍ଣ୍ଣ ସତ୍ୟ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି ।

