Homelocalକପିଳେଶ୍ୱର ମନ୍ଦିର ରେ ଭୋଗ ମଣ୍ଡପ ପ୍ରତିଷ୍ଠା ଉତ୍ସବ ଓ ନବରାତ୍ର ପାଇଁ ପ୍ରତିଷ୍ଠା ଉତ୍ସବ

କପିଳେଶ୍ୱର ମନ୍ଦିର ରେ ଭୋଗ ମଣ୍ଡପ ପ୍ରତିଷ୍ଠା ଉତ୍ସବ ଓ ନବରାତ୍ର ପାଇଁ ପ୍ରତିଷ୍ଠା ଉତ୍ସବ

ସୁବର୍ଣ୍ଣପୁର, (୨୧/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଧିନସ୍ଥ ଚରଦା କପିଳେଶ୍ୱର ମନ୍ଦିର ରେ ନବ ନିର୍ମିତ ଭୋଗ ମଣ୍ଡପର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ପୂଜାକର୍ତ୍ତା ଭାବେ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ଅଶୋକ ପୃଷ୍ଟି ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ଭାବେ ରମେଶ ପୁରୋହିତ, ଭାସ୍କର ପୁରୋହିତ, ସୁବାଷ ବଡ଼ ପଣ୍ଡା, ପ୍ରମୁଖ ପୂଜା କାର୍ଯ୍ୟ ତୁଲାଇ ଥିଲେ । ଏହା ପରେ ଚଳିତ ବର୍ଷ ପାର୍ବଣ ଋତୁରେ ମାଁ ଚରଦେଇଙ୍କ ନବରାତ୍ର ପୂଜା ଓ ନବ ଦିନାତ୍ମକ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନଅ ଯୋଡି କର୍ତ୍ତାଙ୍କୁ ନେଇ ନୀତିକାନ୍ତି ଅନୁଯାଇ ନବଦିନାତ୍ମକ ପୂଜା କରିବା ପାଇଁ ସ୍ଥିର କରାଗଲା । ଚଳିତ ବର୍ଷ ନବରାତ୍ର ପୂଜାର ଗ୍ରାମର ଭଗବାସୀ ଦାୟିତ୍ୱ ତୁଲାଇବେ ବୋଲି ସ୍ଥିର କରାଗଲା ।

ଏଥି ସହିତ ଟ୍ରଷ୍ଟ ସଭାପତି ଅଶୋକ ପୃଷ୍ଟିଙ୍କ ଅଧକ୍ଷତାର ଚଳିତ ବର୍ଷ ନଭେମ୍ବର ୧୮, ୧୯, ୨୦ ତାରିଖରେ ହେବାକୁ ଥିବା ମା ଚରଦେଇ ଲୋକ ମହୋତ୍ସବ ପାଇଁ ଆଲୋଚନା କରାଯାଇଥିଲା l ବୈଠକରେ ସଦାନନ୍ଦ ଥାନାପତି, ଶୁଶିଲ ହୋତା, ସନାତନ ଥନାପତି, ଧର୍ମଦତ୍ତ ଥନାପତି,ସହଦେଵ ଥନାପତି, ଜୁଗୁନୁ ଥନାପତି, ସୌମିତ୍ରୀ ଥନାପତି,ଦୈତାରୀ ଥନାପତି, ଏକାଦସିଆ ଥନାପତି, ଡାକ୍ଟର ଥନାପତି,କାର୍ତ୍ତିକ ଥନାପତି, ସୁରେନ୍ଦ୍ର ଥନାପତି,ହିମାଂଶୁ ହୋତା, ଉସତ ପ୍ରସାଦ କର ମୁକେଶ ପୁରୋହିତ ସମେତ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments