Homeaccidentବାଇକ ଉପରେ ଚଢିଗଲା ହାଇୱା ଟ୍ରକ, ଦୁଇ ଜଣ ମୃତ

ବାଇକ ଉପରେ ଚଢିଗଲା ହାଇୱା ଟ୍ରକ, ଦୁଇ ଜଣ ମୃତ

ଭଦ୍ରକ, (୧୮/୦୭) : ଆପ୍ର : ମଟର ସାଇକେଲ ଉପରେ ଚଢି ଗଲା ହାଇୱା ଟ୍ରକ । ଦୁଇ ଜଣ ମୃତ,ଜଣେ ଗୁରୁତ୍ୱର । ଏମିତି ଦୁଖଦଃ ଘଟଣା ଦେଖିବାକୁ ମିଳିଛି, ୧୬ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଗୋପବନ୍ଧୁପୁର ଛକ ନିକଟରେ ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଆମ୍ପର ଅଞ୍ଚଳରୁ ଏକ ମଟର ସାଇକେଲ ଯୋଗେ ଦୀପକ ଦାସ, ଅଜୟ ଶବର ଓ ତାଙ୍କ ସାଙ୍ଗ ଭଦ୍ରକ ମେଡିକାଲକୁ ଜନ୍ମଗତ ପ୍ରମାଣ ପତ୍ର ନେବା ପାଇଁ ଆସିଥିଲେ । ମେଡିକାଲ କର୍ତ୍ତୃପକ୍ଷ ମନା କରି ଦେବାରୁ,ସେମାନେ ଘରକୁ ଫେରି ଯାଉଥିଲେ । ଗୋପବନ୍ଧୁପୁର ଛକ ନିକଟରେ ଏକ ସାଇକେଲ ଦୋକାନ ପାଖରେ ଗାଡ଼ି ଛିଡା କରି ଜଣେ ପରିସ୍ରା ଯାଇଥିବା ବେଳେ ଦୀପକ ଓ ଅଜୟ ଗାଡ଼ି ପାଖରେ ଛିଡା ହୋଇଥିଲେ ।

ହାଇୱା ଟ୍ରକଟି ଜୋରରେ ଆସି ସେମାନଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତ୍ୱର ଭାବେ ଆହତ ହୋଇଛନ୍ତି । ଏହି ଘଟଣା ପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀ ଓ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛି ।

ଗ୍ରାମାଞ୍ଚଳ ପୋଲିସ ହାଇୱା ଟ୍ରକଟିକୁ ଜବତ କରିବା ସହ ଉଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା କରୁଛି । ଫଳରେ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ଵରେ ଗାଡି ଚଳାଚଳ ପ୍ରାୟ 2 ଘଣ୍ଟା ଧରି ବନ୍ଦ ରହିଥିଲା । ଖବର ପାଇ ଭଦ୍ରକ ଉପଜିଲ୍ଲାପାଳ ଓ ତହସିଲଦାର ପହଂଚି ଲୋକଙ୍କୁ ବୁଝା ସୁଝା କରିବା ସହିତ ଜିଲ୍ଲା ରେଡ କ୍ରସ ପାଣ୍ଠି ରୁ ୩୦ ହଜାର ଟଙ୍କା ସହାୟତା ଦେବା ସହିତ ଆବଶକୀୟ ଅନ୍ୟାନ୍ୟ ସହାୟତା ମୃତକଙ୍କ ପରିବାରକୁ ଦିଆଯିବ ବୋଲି ଘୋଷଣା କରିବା ପରେ ଉତ୍ତେଜନା ଥମିଥିଲା । ତେବେ ମୃତକଙ୍କ ପରିବାର ଲୋକମାନେ କିନ୍ତୁ ଏଥିରେ ସହମତି ନ ହୋଇ 50 ଲକ୍ଷ ର ସହାୟତା ଦେବାକୁ ଦାବି କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments