Homelocalରାୟଗଡ଼ାରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ପାଳିତ

ରାୟଗଡ଼ାରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ପାଳିତ

ରାୟଗଡ଼ା, (୦୯/୧୦) : ଆପ୍ର : ଦରିଦ୍ରର ବନ୍ଧୁ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର, ଜନନାୟକ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସାମ୍ବାଦିକତାର ଅଗ୍ରଦୂତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ଉତ୍କଳ ସମ୍ମିଳନୀ ଏବଂ ଉତ୍କଳ ସାହିତ୍ୟ ସମାଜ ରାୟଗଡ଼ା ଶାଖା ତରଫରୁ ସ୍ଥାନୀୟ ଗାନ୍ଧୀ ପ୍ରମୋଦ ଉଦ୍ୟାନ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।WhatsApp Image 2026 10 09 at 14.25.53 1

ଏହି ଅବସରରେ ଉତ୍କଳ ସମ୍ମିଳନୀ ରାୟଗଡ଼ା ଶାଖା ସଭାପତି ତଥା ଓକିଲ ସଂଘ ସଭାପତି ଶ୍ରୀ ବ୍ରଜ ସୁନ୍ଦର ନାୟକ, ଉତ୍କଳ ସାହିତ୍ୟ ସମାଜ ର ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି,ସମ୍ପାଦକ ଶ୍ରୀ ଶିବ ପ୍ରସାଦ ମିଶ୍ର, ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀ କାର୍ତ୍ତିକ ମିଶ୍ର, ସେଞ୍ଚୁରିୟାନ ବିଶ୍ବବିଦ୍ୟାଳୟର ନିର୍ଦ୍ଦେଶକ ଡକ୍ଟର ରାଜେଶ ପାଢ଼ୀ ଏବଂ ସହ-ସମ୍ପାଦକ ତଥା ସମାଜସେବୀ ଶ୍ରୀ ସୁଦର୍ଶନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତିଚାରଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments