Homelocalସେନ୍‌ଚୁରିଅନ୍ ବିଶ୍ୱବିଦ୍ୟାଳୟ ରାୟଗଡ଼ା କ୍ୟାମ୍ପସରେ ନର୍ସିଂ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ସେନ୍‌ଚୁରିଅନ୍ ବିଶ୍ୱବିଦ୍ୟାଳୟ ରାୟଗଡ଼ା କ୍ୟାମ୍ପସରେ ନର୍ସିଂ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ରାୟଗଡ଼ା, (୩/୦୯) : ଆପ୍ର : ସେନ୍‌ଚୁରିଅନ୍ ବିଶ୍ୱବିଦ୍ୟାଳୟ (CUTM) ରାୟଗଡ଼ା କ୍ୟାମ୍ପସର ନର୍ସିଂ ବିଭାଗ ତରଫରୁ ପ୍ରଥମ ବର୍ଷର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ଏକ ଭବ୍ୟ ‘ଫ୍ରେସର୍ସ ଡେ’ (ସମ୍ବର୍ଦ୍ଧନା ସଭା) ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 09 03 at 19.10.47

ପିଠାମହସ୍ଥିତ ବିଶ୍ୱବିଦ୍ୟାଳୟ ଅଡିଟୋରିୟମଠାରେ ତୃତୀୟ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ଆୟୋଜନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁରୁଜନ, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ବହୁଳ ସମାଗମ ଦେଖିବାକୁ ମିଳିଥିଲା । ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଡ. ରାଜେଶ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଶୃଙ୍ଖଳା, ସେବା ମନୋଭାବ ଓ ନିଷ୍ଠାର ସହ ଏହି ମହାନ ନର୍ସିଂ ପେଷାକୁ ଆପଣେଇବାକୁ ଆହ୍ୱାନ ଦେଇଥିଲେ ।

ସେହିପରି ନର୍ସିଂ ବିଭାଗର ପ୍ରିନ୍ସିପାଲ ଡ. ଉର୍ମିଳା କାଟ୍ରୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନର୍ସିଂ କ୍ଷେତ୍ରରେ ପାଠପଢ଼ାର ଗୁରୁତ୍ୱ ଓ ସ୍ୱାସ୍ଥ୍ୟସେବାରେ ନର୍ସମାନଙ୍କର ଅତୁଳନୀୟ ଯୋଗଦାନ ବିଷୟରେ ବୁଝାଇଥିଲେ। ଫାର୍ମାସୀ ବିଭାଗର ପ୍ରିନ୍ସିପାଲ ଡ. ଚନ୍ଦ୍ରଶେଖର ପାତ୍ର ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂତନ ପାଠ୍ୟକ୍ରମର ଶୁଭେଚ୍ଛା ଜଣାଇବା ସହ ଆନ୍ତଃ-ବିଭାଗୀୟ ସହଯୋଗର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ବରିଷ୍ଠ ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସଂଗୀତ, ସାମ୍ପ୍ରତିକ ଓ ପାରମ୍ପରିକ ନୃତ୍ୟ ଏବଂ ନାଟକ ପ୍ରଦର୍ଶନ କରାଯାଇଥିଲା । ପ୍ରଥମ ଓ ତୃତୀୟ ସେମିଷ୍ଟାରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ଓ ରୋଚକ ଖେଳର ଆୟୋଜନ କରାଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ, ସାମୂହିକ ଭୋଜନ ଓ ସମୂହ ଆଲେଖ୍ୟ (ଗ୍ରୁପ ଫଟୋ) ପରେ କାର୍ଯ୍ୟକ୍ରମର ସାଙ୍ଗ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments