Homelocalମୁରିବାହାଲ ମହାବିଦ୍ୟାଳୟରେ ସେବା ପକ୍ଷ ଓ ସେବା ଶପଥ ଗ୍ରହଣ, ଶତାଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନ

ମୁରିବାହାଲ ମହାବିଦ୍ୟାଳୟରେ ସେବା ପକ୍ଷ ଓ ସେବା ଶପଥ ଗ୍ରହଣ, ଶତାଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନ

ମୁରିବାହାଲ, (୦୯/୧୦) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ସେବା ପକ୍ଷ ଅଭିଯାନ ପାଳନ ସହ ସେବା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 10 09 at 11.07.24

ଏହି କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ସେବା ଓ ସାମାଜିକ ଦାୟିତ୍ୱ ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ମଞ୍ଚାସୀନ ଅତିଥି ଭାବେ ଯୁବ ରେଡକ୍ରସ କାଉନସେଲର ତଥା ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆ, ଅର୍ଥନୀତି ଅଧ୍ୟାପକ ପ୍ରେମଚାନ୍ଦ ତାଣ୍ଡି ଏବଂ ଶିକ୍ଷା ବିଭାଗ ଅଧ୍ୟାପକ ଭିଙ୍ଗରାଜ ରଣା ଉପସ୍ଥିତ ଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀମାନେ ସେବା ଶପଥ ଗ୍ରହଣ କରି ସମାଜ, ଦେଶ ଓ ପରିବେଶ ପ୍ରତି ନିଜର କର୍ତ୍ତବ୍ୟନିଷ୍ଠ ରହିବାକୁ ସଂକଳ୍ପ ନେଇଥିଲେ। ଅଧ୍ୟାପକମାନେ ସେବା, ଶୃଙ୍ଖଳା, ସ୍ୱଚ୍ଛତା ଓ ସାମାଜିକ ଦାୟିତ୍ୱର ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଏହା ପୂର୍ବରୁ ଅକ୍ଟୋବର ୨ ତାରିଖରେ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଓ ସେବାମୂଳକ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ୟାମ୍ପସ ସଫେଇ କାର୍ଯ୍ୟ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନେ ସ୍ୱେଚ୍ଛାକୃତ ଭାବେ ଏଥିରେ ଅଂଶଗ୍ରହଣ କରି ମହାବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଉଦ୍ୟମ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments