Homeaccidentପୁଣି ଆମ ବସ ଦୁର୍ଘଟଣା, ରଙ୍ଗ୍‌ ରୁଟରେ ଆସି ବାପା-ଝିଅଙ୍କଙ୍କୁ ଦେଲା ଧକ୍କା

ପୁଣି ଆମ ବସ ଦୁର୍ଘଟଣା, ରଙ୍ଗ୍‌ ରୁଟରେ ଆସି ବାପା-ଝିଅଙ୍କଙ୍କୁ ଦେଲା ଧକ୍କା

ଭୁବନେଶ୍ବର, (୨୮/୦୬) : ଆପ୍ର : ଭୁବନେଶ୍ବର ମଞ୍ଚେଶ୍ୱର ଅଞ୍ଚଳରେ ଅଘଟଣ । ସ୍କୁଲ ଛୁଟି ପରେ ବାପାଙ୍କ ସହ ଘରକୁ ଫେରୁଥିବା ବେଳେ ବାପା ଓ ଝିଅଙ୍କୁ ଧକ୍କା ଦେଲା ଆମ ବସ୍

ବସଟି ରଙ୍ଗ ରୁଟରେ ଆସୁଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାରେ ଆହତ ଝିଅ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ପରେ ସ୍ଥାନୀୟ ବାସିନ୍ଦା ଉତ୍ତେଜିତ ହୋଇ ଆମ ବସକୁ ଅଟକାଇବା ସହ ଦୁର୍ଘଟଣାକୁ ନେଇ ପ୍ରତିବାଦ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ସ୍ଥାନୀୟ ଲୋକଙ୍କ ପକ୍ଷରୁ ପାଟିତୁଣ୍ଡ କରାଯାଇଥିବା ବେଳେ ପୋଲିସ ପହଞ୍ଚି ବୁଝାସୁଝା କରୁଛି ।

ଏବେବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । କମିଶନରେଟ ପୋଲିସ ମଧ୍ୟ ଘଟଣାର ଛାନ୍‌ଭିନ୍‌ କରୁଛି । ତେବେ ଆମ ବସ ଦୁର୍ଘଟଣା ଖବର ନୁଆଁ ନୁହେଁ । ଏମିତି ଅନେକ ଥର ଦୁର୍ଘଟଣା ଘଟାଇ ନୀରୀହ ଲୋକଙ୍କ ଜୀବନ ନେଲାଣି । କେତେ ସଚେତନତା କରାଇଲେ ମଧ୍ୟ ଅମାନିଆ ଡ୍ରାଇବର ବେପରୁଆ ଭାବେ ଗାଡି ଚଳାଇ ଏଭଳି କାଣ୍ଡ ଘଟାଉଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments