Homeaccidentଚାଲି ଚାଲି ଯାଉଥିଲେ ପିଟି ଦେଲା ବାଇକ୍, ଚାଲିଗଲା ଜୀବନ

ଚାଲି ଚାଲି ଯାଉଥିଲେ ପିଟି ଦେଲା ବାଇକ୍, ଚାଲିଗଲା ଜୀବନ

ଗଜପତି, (୨୮/୦୬) : ଆପ୍ର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ନିକଟସ୍ତ ଇଣ୍ଡିଆନ ପେଟ୍ରୋଲ ବଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଆଉ ଜଣେ ଆହତ

ଚାଲି ଚାଲି ଯାଉଥିବା ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ବାଇକ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ପାରଳାଖେମୁଣ୍ଡି ଦାମୋଦର ବିହାର ବାସିନ୍ଦା ଆର୍ତ୍ତତ୍ରାଣ ପଣ୍ଡା । ପୁଡୁଣି ଗ୍ରାମର ଆହାତଙ୍କ ନାମ ଏସ .କିରଣ ବୋଲି ଜଣାପଡିଛି । ଆଜି ସକାଳୁ ଆର୍ତ୍ତତ୍ରାଣ ସନି ମନ୍ଦିରରେ ଦର୍ଶନ ସାରି ଫେରିବା ସମୟରେ ପଛ ପଟରୁ ଗୋଟିଏ ବାଇକ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଆର୍ତ୍ତତ୍ରାଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।

ବାଇକ ଅରୋହୀ ନିଜେ ଭାରସାମ୍ୟ ହରାଇ କିଛି ଦୂରରେ ଛିଟିକି ହୋଇପଡିଥିଲେ । ଉଭୟଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଆର୍ତ୍ତତ୍ରାଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଆହତଙ୍କ ଚିକିତ୍ସା ଜାରି ରହିଛି।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରେ ବାଇକ ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ବାଇକ ଚଳାଉଥିବା ଅନୁମାନ କରାଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments