Homelocalବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ ଘଟଣା ର ସାମ୍ବାଦିକ ସମ୍ମିଳନୀ ରେ ପର୍ଦ୍ଦାଫାଶ କଲେ...

ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ ଘଟଣା ର ସାମ୍ବାଦିକ ସମ୍ମିଳନୀ ରେ ପର୍ଦ୍ଦାଫାଶ କଲେ ସୁବର୍ଣ୍ଣପୁର ଏସପି – ବ୍ୟବହୃତ ଗୋଟିଏ ଗାଡି , ୨୦ ରାଉଣ୍ଡ ଗୁଳି, ୨ଟି ପିସ୍ତଲ , ୨ଟି ଖଣ୍ଡା, ଗୋଟିଏ ଚାକୁ ୨ଟି ମୋବାଇଲ ଫୋନ ଜବତ : ୪ ଗିରଫ

ସୁବର୍ଣ୍ଣପୁର, (୨୪/୦୬) : ଆପ୍ର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ ଘଟଣାର ବିନିକା ଥାନା ଠାରେ ଅନୁଷ୍ଟିତ ଏକ ସାମ୍ବାଦିକ ସମ୍ମିଳନୀରେ ପର୍ଦ୍ଦାଫାସ କରିଛନ୍ତି ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ

ଏସପି ଶ୍ରୀ ନାୟକ ଦେଇଥିବା ସୂଚନା ଅନୁସାରେ ଗୁଳିକାଣ୍ଡ ଘଟଣାରେ ପୁଲିସ ସମୁଦାୟ ୪ ଜଣକୁ ଗିରଫ କରିଥିବା ବେଳେ ଅନ୍ୟମାନେ ବର୍ତମାନ ଫେରାର ଅଛନ୍ତି । ଏହି ଘଟଣାରେ ୨ଟି ପିସ୍ତଲ , ୨୦ ରାଉଣ୍ଡ ଗୁଳି , ୨ ଟି ଖଣ୍ଡା ,୨ ଟି ମୋବାଇଲ ଫୋନ, ଗୋଟିଏ ଚାକୁ , ବ୍ୟବହୃତ ଗୋଟିଏ ଗାଡ଼ିକୁ ଜବତ କରିଛନ୍ତି । ତେଵେ ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଙ୍ଗୀର ଗାନ୍ଧୀନଗର ପଡ଼ାର ମୁନା ବାରିକ (୩୦), ସୁବର୍ଣ୍ଣପୁର ଜିଲ୍ଲା ରାମପୁର ସହରାପଡ଼ାର ଦୁର୍ବାସା ବେହେରା (୪୫), ଡୁଙ୍ଗୁରିପାଲି ଥାନା ଲୁଡ଼କିବେଡା ଗାଁର ଲୋକନାଥ ନାଏକ (୨୩)କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

ସୂଚନା ଯୋଗ୍ୟ ଯେ ଗତ ତା ୧୯.୦୬.୨୦୨୬ ରାତି ପ୍ରାୟ ୧୧.୩୦ ସମୟରେ କିଛି ଦୁବୃତ୍ତ ସିଙ୍ଘିଯୁବା ସ୍ଥିତ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ଅଶୋକ ନନ୍ଦ ଙ୍କ ଘରକୁ ଗୁଳି ଚାଳନା କରିଥିଲେ । ପାଖରେ ଥୁବା ଦୁଇଟି ଗାଡି ଉପରେ ମଧ୍ୟ ଗୁଳି ଚାଳନା କରିଥିଲେ ଓ ଭଙ୍ଗା ରୁଜା କରିଥିଲେ । ଏହି ଘଟଣା ବାବଦରେ ଅଶୋକ ନନ୍ଦ ଓ ସୁବାଶ ଚନ୍ଦ୍ର ପାତ୍ର ଙ୍କର ଅଭିଯୋଗ କ୍ରମେ ବିନକା ଥାନା ୧୭୪/୨୦୨୬ ଓ ୧୭୫/୨୦୨୬ କେସ ରୁଜୁ କରଯାଇଥିଲା । ଘଟଣା କୁ ଗୁରୁତର ସହ ବିଚାର କରି ଏସପି ଶ୍ରୀ ନାୟକଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପୁଲିସ ଦ୍ୱାରା ବିନକା, ରାମପୁର ଓ ସୋନପୁର ଥାନା ଅଧିକାରୀ ଙ୍କୁ ନେଇ ୩ ଟି ପୃଥକ ପୃଥକ ଟିମ୍ ଗଠନ କରଯାଇଥିଲା ।

ଏହି ଟିମ୍ ନିକଟସ୍ଥ ସମସ୍ତ ତଥ୍ୟ ଓ ପ୍ରତ୍ୟକ୍ଷ୍ୟ ଦର୍ଶୀକୁ ପଚରାଉଚରା କରିଥିଲା । ତା ୨୦.୦୬.୨୦୨୬ ରିଖରେ ରାମପୁର ପୁଲିସ ରାମପୁର ଥାନା କେସ ନମ୍ବର ୪୪/୨୦୨୬ ର ଅଭିଯୁକ୍ତ ଟାଇଗର ଓରଫ୍ ତନ୍ମୟ ବାଗକୁ ଗିରଫ କରିଥିଲା ଓ ତଦନ୍ତ ସମୟରେ ସେ ଏହି ଗୁଳିକାଣ୍ଡ ଘଟଣା ରେ ସମ୍ପୃକ୍ତ ଥିବା ପ୍ରମାଣ ମିଳିଥିଲା । ତେଣୁ ତନ୍ମୟ ବାଗ କୁ ଗତକାଲି ପୁଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିଥିଲା । ତଦନ୍ତ ସମୟରେ ତନ୍ମୟ ବାଗ, ଅଶୋକ ନନ୍ଦଙ୍କ ଘର ଉପରକୁ ଗୁଳି ଚାଳନା ମାମଲାରେ ସମ୍ପୃକ୍ତ ଥିବା ଜଣା ପଡିଥିଲା। ଅଶୋକ ନନ୍ଦଙ୍କ ସହ ତାର ପୂର୍ବ ଶତ୍ରୁତା ଥିବା କହିଥିଲା ଓ ଘଟଣା ଦିନ ଦୁର୍ବାସା ବେହେରାର ପ୍ରରୋଚନା ରେ ସେ ଓ ତାର ସାଙ୍ଗରେ ଆସିଥିବା ଅନ୍ୟ ସହଯୋଗୀ ମାନେ ଅଶୋକ ନନ୍ଦଙ୍କୁ ଗୁଳି କରି ହତ୍ୟା କରିବା ପାଇଁ ସ୍ଥିର କରିଥିଲେ । ୧୯.୦୬.୨୦୨୬ ରାତି ପ୍ରାୟ ୧୧.୪୦ ରେ ଯୋଜନା ମୁତାବକ ତନ୍ମୟ ବାଗର ହୃଣ୍ଡାଇ ଭେରଣା ଗାଡିରେ ଓ ଅନ୍ୟ ଏକ ୪ ଚକିଆ ଗାଡିରେ ତନ୍ମୟ ବାଗ, ଦୁର୍ବାସା ବେହେରା, ଲୋକନାଥ ନାୟକ, ମୁନା ବାରିକ, ଆଦି ଅଶୋକ ନନ୍ଦଙ୍କୁ ଡାକି ଘରର ଗେଟ୍ କୁ ବାଡ଼େଇ ଗାଳି ଗୁଲଜ କରିଥିଲେ ।

ତା’ପରେ ତାଙ୍କ ଘରକୁ ଗୁଳିମାଡ କରିଥିଲେ । ତାଙ୍କ ଘର ଭିତରେ ଥିବା ତାଙ୍କ ଗାଡି ଓ ଅନ୍ୟାନ୍ୟ ସ୍ଥାନରେ ଗୁଳି ବାଜି ଥିଲା । ରାସ୍ତାର ଅପର ପାର୍ଶ୍ୱରେ ଥ‌ିବା ଜଣେ ବ୍ୟକ୍ତି ଓ ତାଙ୍କ ଗାଡି ଉପରକୁ ମଧ୍ୟ ଗୁଳି ଚାଳନା କରି ଭଙ୍ଗାରୁଜା କରିଥିଲେ । ସେଠାରେ ପ୍ରାୟ ୧୦ ମିନିଟ ରହିବାପରେ ସେମାନେ ସେଠାରୁ ରାମପୁର ଆଡକୁ ପଳାଇଥିଲେ । ମୁଖ୍ୟ ଅଭିଯୁକ୍ତ ତନ୍ମୟ ବାଗ ଓରଫ୍ ଟାଇଗର କୁ ମଧ୍ୟ ଏହି ମାମଲାରେ ରିମାଣ୍ଡରେ ଅଣାଯିବ । ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ଏସପି ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି କୌଣସି ଏକ ବ୍ୟକ୍ତିଗତ ଆକ୍ରୋଶ ଯୋଗୁଁ ମୁଦାଲା ଦୁର୍ବାସା ବେହେରା, ଅନ୍ୟ ମୁଖ୍ୟ ମୁଦାଲା ଟାଇଗର @ ତନ୍ମୟ ବାଗ ଦ୍ବାରା ସୁଚିନ୍ତିତ ଭାବରେ ଏହି ଗୁଳି କାଣ୍ଡ ଘଟାଇଛନ୍ତି । ଏହି ଘଟଣାରେ ଘଟଣା ସ୍ଥଳରୁ ମୋଟ ୨୧ ଟି ଫୁଟା ଗୁଳିର ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments