Homelocalଆପ୍ ପାର୍ଟିର ସାମ୍ୱାଦିକ ସମ୍ମିଳନୀ

ଆପ୍ ପାର୍ଟିର ସାମ୍ୱାଦିକ ସମ୍ମିଳନୀ

ରାୟଗଡା, (୦୫/୦୬) : ଆପ୍ର : ରାୟଗଡା ସହରରେ ଥିବା ଆମ୍ ଆଦମୀ ପାର୍ଟିର ଜିଲ୍ଲା କାର୍ଯ୍ୟଳୟ ଠାରେ ସାମ୍ୱାଦିକ ସମ୍ମିଳନୀ ଆୟୋଜନ ହୋଇଯାଇଛି ।WhatsApp Image 2026 06 05 at 16.02.00

ଏହି ସମ୍ମିଳନୀରେ ରାଜ୍ୟ ସଙ୍ଗଠନ ସଂପାଦକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜନ୍ମେଜୟ ସ୍ଵାଇଁ କହିଛନ୍ତି ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଶ୍ରୀଯୁକ୍ତ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଓଡ଼ିଶାରେ ୧୪୭ ବିଧାନସଭାରେ ପାର୍ଟିର ସଦସ୍ୟତା ଅଭିଯାନ ଜୁନ୍ ୧ ରୁ ୧୫ ପର୍ଯ୍ୟନ୍ତ ଚାଲିବ । ଜନ୍ମେଜୟ ସ୍ଵାଇଁ କହିଛନ୍ତି ଅରବିନ୍ଦ କେଜ୍ରିୱାଲଙ୍କ ଫୋକସରେ ଓଡ଼ିଶା, କେଜ୍ରିୱାଲଙ୍କ ନିର୍ଦ୍ଦେଶରେ କେନ୍ଦ୍ରରୁ ଓଡ଼ିଶାର ପ୍ରଭାରୀ ଶ୍ରୀ ବିରେନ୍ଦ୍ର ସିଂ କାଡିଆନଙ୍କ ସହ ୫ ଜଣ ସହ -ପ୍ରଭାରୀ ଓଡ଼ିଶାର ଦାୟିତ୍ଵ ନେଇଛନ୍ତି । ରାୟଗଡା ଜିଲ୍ଲାର ୩ ଟି ବିଧାନ ସଭା,୧୮୨ ପଞ୍ଚାୟତ, ୧୧ଟି ବ୍ଲକ, ମ୍ୟୁନିସିପାଲଟି, ଏନଏସି, ୱାର୍ଡ ରେ ଆପ୍ ରାୟଗଡାର ସମସ୍ତ କର୍ମ କର୍ତ୍ତା ମାନେ ସଦସ୍ୟ ତା ଆରମ୍ଭ କରିବେ। କାର୍ଯ୍ୟକ୍ରମରେ ଆଦିବାସି ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଟି ସଂଗନା, ସାଧୁରାମ ନାଏକ, ସୁନ୍ଦର କାଡ୍ରାକା, ସନ୍ତୋଷ ପାଇକ, ଆଜେସ ବାଚିଲି, ଜୁନେଶ କୌଶଲ୍ୟା, ବି, ଜଗଦୀଶ କୁମାର, ଏବଂ ଦଳର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments