Homereligionଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ତଲାରୀ ଯାତ୍ରା

ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ତଲାରୀ ଯାତ୍ରା

ଗୁଣପୁର, (୧୬/୭) : ଆପ୍ର : ଦକ୍ଷିଣ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ରାୟଗଡା ଜିଲ୍ଲା ଗୁଣୁପୁର ର ତଲାରୀ ଯାତ୍ରା ବା ରଥଯାତ୍ରା ପାଇଁ ଆଜି ଗୁଣପୁର ସହରର ଉତ୍ସବ ମୁଖର ହୋଇଉଠିଛିWhatsApp Image 2026 07 17 at 06.29.40 1

ଆଜି ସକାଳୁ ଶ୍ରୀଜୀଉଙ୍କ ମଙ୍ଗଳ ଆରତି, ସୂର୍ଯ୍ୟପୂଜା, ଅବକାଶ, ବାଳଭୋଗ ବଢିବା ପରେ ରଥ ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଭକ୍ତଙ୍କ ସମାଗମ ସାଙ୍ଗକୁ ଘଣ୍ଟ ଘଣ୍ଟା , ତାଳ ମୃଦଙ୍ଗ ସାଙ୍ଗକୁ ହରିନାମ ସଂକିର୍ତ୍ତନ ରେ ପ୍ରଥମେ ହଳାୟୁଧ ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପହଣ୍ଡି ପରେ ମହାପ୍ରଭୁଙ୍କ ପହଣ୍ଡି ବିଜେ କରାଯାଇ ଚତୁର୍ଦ୍ଧା ବିଗ୍ରହ ଙ୍କୁ ରଥାରୂଢ କରାଯାଇଥିଲା । ଘଣ୍ଟ, ଘଣ୍ଟା, ନାମ ସଂକୀର୍ତ୍ତନ ର ତାଳେ ତାଳେ ଶ୍ରୀଜୀଉମାନଙ୍କର ପହଣ୍ଡି ବିଜେ ସମୟରେ ଗୁଣପୁର ସହରରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ଅପରାହ୍ନ ରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଦ୍ଵାରା ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବଡ ରଥକୁ ସର୍ବସାଧାରଣ ଟାଣି ନେଇଥିବା ବେଳେ ସାନ ରଥକୁ ମହିଳା ମାନେ ଟାଣିଥିଲେ ।WhatsApp Image 2026 07 17 at 06.29.40

ଗୁଣାର୍ଣ୍ଣବ କ୍ଷେତ୍ର ଗୁଣୁପୁର ରେ ଭଳିକି ଭଳି ତଲାରୀ ବିକ୍ରି ପାଇଁ ଆସିଥିବା ବେଳେ ଅନେକ କୃଷିଜୀବୀ, ଗୋପାଳ, ପଶୁପାଳକ ମାନେ ଶ୍ରଦ୍ଧାରେ ତାହା କିଣି ନେଉଥିବା ଦେଖିବାକୁ ମିଳିଛି । ମିନା ବଜାର ସାଙ୍ଗକୁ ଭଳିକି ଭଳି ଦୋକାନ ବଜାର ଏହି ଯାତ୍ରାର ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି । ବିଭିନ୍ନ ସେବାକାରି ସଂସ୍ଥା ପକ୍ଷରୁ ଲୋକଙ୍କୁ ପାନୀୟ ଜଳ, ପଣା, ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ରାଜସ୍ବ, ଦେବତ୍ତୋର, ପୁଲିସ, ଦମକଳ, ସ୍ୱାସ୍ଥ୍ୟ ବିଭାଗ,ଆଦିତ୍ୟ ବାହିନୀ, ଏନ୍ ସି ସି କ୍ୟାଡ଼ର ମାନଙ୍କ ଦ୍ଵାରା ସହରର ପ୍ରମୁଖ ଛକ ଓ ବଡ଼ଦାଣ୍ଡରେ ଟ୍ରାଫିକ ନିୟନ୍ତ୍ରଣ , ବ୍ୟାରିକେଡ଼ ଓ ପାର୍କିଂ ବ୍ୟବସ୍ଥା ନିୟନ୍ତ୍ରଣ କରାଯାଇଛି । ଗବେଷକ ଡ଼ଃ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ଅନ୍ୟ କଥାକାର ଙ୍କ ଦ୍ଵାରା ଅହରହ ଧାରାବିବରଣୀ ପ୍ରଦାନ କରାଯାଇଥିଲା । ସମ୍ପୁର୍ଣ୍ଣ ରଥଯାତ୍ରା କୁ ଗୁଣପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ ଓ ତହସିଲଦାର ଲିଳାବତୀ ଆଚାର୍ଯ୍ୟ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ । ସ୍ବର୍ଣ୍ଣ କ୍ଷେତ୍ର ଗୁଣପୁର ର ଏହି ପ୍ରସିଦ୍ଧ ରଥଯାତ୍ରା ଆଜି ମଧ୍ୟ ଦକ୍ଷିଣ ଓଡ଼ିଶାର ଆସ୍ଥା, ପରମ୍ପରା ଓ ସାମାଜିକ ସଂପ୍ରୀତିର ଜୀବନ୍ତ ପ୍ରତିକ ହୋଇ ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments