Homereligionଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ରଥଯାତ୍ରା–୨୦୨୬ ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ରଥଯାତ୍ରା–୨୦୨୬ ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଚାରୁ ପରିଚାଳନା ନିମନ୍ତେ ବିଭିନ୍ନ ବିଭାଗକୁ ଦାୟିତ୍ୱ ପ୍ରଦାନ

ରାୟଗଡା, (୧୬/୦୭) : ଆପ୍ର : ଆସନ୍ତା ପବିତ୍ର ରଥଯାତ୍ରା–୨୦୨୬କୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ରାୟଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ବିଭାଗକୁ ସ୍ୱତନ୍ତ୍ର ଦାୟିତ୍ୱ ଅର୍ପଣ କରାଯାଇଥିବାବେଳେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରଥଯାତ୍ରା ସମୟରେ ଆଇନ-ଶୃଙ୍ଖଳା ପରିସ୍ଥିତି ସୁଦୃଢ଼ ରଖିବା ପାଇଁ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ ପ୍ରସାଦଙ୍କ ନେତୃତ୍ୱରେ ପୁଲିସ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପୁଲିସ ବଳ ମୁତୟନ କରାଯିବ। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ କଡ଼ା ନଜରଦାରି ସହ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଚାରୁ ରଖିବା ନିମନ୍ତେ ସ୍ୱତନ୍ତ୍ର ଟ୍ରାଫିକ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି ।

ପୂର୍ତ୍ତ ବିଭାଗ ତରଫରୁ ରଥର Fitness ଟେଷ୍ଟ କରାଯାଇଛି। ଶ୍ରୀ ତନ୍ମୟ ମହାରଣା ରଥ ତିଆରି କାର୍ଯ୍ୟର ନେତୃତ୍ୱ ନେଇଥିଲେ । ଏହା ସହ ରଥ ରେ ମହାପ୍ରଭୁଙ୍କୁ କିପରି ନିଆଯିବ ଏବଂ ଯାତ୍ରା କିପରି ସୁରୁଖୁରୁରେ ହେବ ତାହା ଉପରେ ଦୃଷ୍ଟି ରଖାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରାଯିବା ସହ ଆବଶ୍ୟକ ଉପକରଣ ଓ ଫାୟାର ଟେଣ୍ଡର ସଜାଗ ଅବସ୍ଥାରେ ରଖାଯିବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରଥଯାତ୍ରା ମାର୍ଗ ଓ ମନ୍ଦିର ପରିସରରେ ମେଡିକାଲ୍ ଟିମ୍, ଆମ୍ବୁଲାନ୍ସ, ଆବଶ୍ୟକ ଔଷଧ ଓ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯିବ। ଜରୁରୀ ପରିସ୍ଥିତିରେ ତ୍ୱରିତ ଚିକିତ୍ସା ସେବା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପୌର ପରିଷଦ ପକ୍ଷରୁ ରଥଯାତ୍ରା ପୂର୍ବରୁ ଓ ପରେ ସଫେଇ, ବର୍ଜ୍ୟବସ୍ତୁ ପରିଚାଳନା, ପାନୀୟ ଜଳ, ଅସ୍ଥାୟୀ ଶୌଚାଳୟ ଓ ଆଲୋକୀକରଣ ବ୍ୟବସ୍ଥା ସୁନିଶ୍ଚିତ କରାଯିବ। ବିଦ୍ୟୁତ ବିଭାଗକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ବିଦ୍ୟୁତ ତାର ଓ ଖୁଣ୍ଟର ସୁରକ୍ଷା ଯାଞ୍ଚ ସହ ଆବଶ୍ୟକ ସ୍ଥାନରେ ବିକଳ୍ପ ବ୍ୟବସ୍ଥା ରଖିବାକୁ କୁହାଯାଇଛି ।ସେହିପରି ସମ୍ପୃକ୍ତ ବିଭାଗଗୁଡିକୁ ରଥ ମାର୍ଗର ରାସ୍ତା ମରାମତି, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରଖିବାକୁ କୁହାଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଆବଶ୍ୟକ ସଚେତନତା, ସୂଚନା ପ୍ରଚାର, ଧାରାବିବରଣୀ ବିତରଣ ଓ ରାୟଗଡ କମ୍ୟୁନିଟି ରେଡିଓ ମାଧ୍ୟମରେ ରଥଯାତ୍ରାର ସିଧା ପ୍ରସାରଣ କରାଯିବ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସେବା ସଂସ୍ଥା, ସ୍ୱେଚ୍ଛାସେବୀ, ରଥଯାତ୍ରା କମିଟି ଏବଂ ସାଧାରଣ ଜନତାଙ୍କୁ ପରସ୍ପର ସହଯୋଗ, ଶୃଙ୍ଖଳା ଓ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରି ରଥଯାତ୍ରାକୁ ସଫଳ କରିବା ପାଇଁ ଆହ୍ୱାନ କରାଯାଇଛି । ଜିଲ୍ଲା ପ୍ରଶାସନ ବିଶ୍ୱାସ ବ୍ୟକ୍ତ କରିଛି ଯେ, ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଓ ଜନସାଧାରଣଙ୍କ ସହଯୋଗରେ ରଥଯାତ୍ରା–୨୦୨୬ ସୁରକ୍ଷିତ, ଶୃଙ୍ଖଳିତ ଓ ଭକ୍ତିମୟ ପରିବେଶରେ ସଫଳତାର ସହ ସମ୍ପନ୍ନ ହେବ । ଉପଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ କୁମାର ଜେନା, ରାୟଗଡ ତହସିଲଦାର ଶ୍ରୀମତୀ ପ୍ରିୟଦର୍ଶିନୀ ସ୍ୱାଇଁ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ କରିବାପାଇଁ ବିଭାଗ ଭିତରେ ସମନ୍ୱୟ ରକ୍ଷା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments