ଭୁବନେଶ୍ବର, (୨୭/୦୮) : ଆପ୍ର : ରାଜଧାନୀରେ ରାତିଅଧିଆ ଜେସିବି ଜାଳିଦେଲେ ଦୁର୍ବୃତ୍ତ । କଣ୍ଟ୍ରାକ୍ଟରଙ୍କୁ ୫୦ ଲକ୍ଷ ଟଙ୍କା ବଟି ଦେବାକୁ ଧମକ ।
ମାଓବାଦୀ ନାଁରେ ଲଗାଇଲେ ଧମକପୂର୍ଣ୍ଣ ପୋଷ୍ଟର । ୟୁନିଟ ୨ ସରକାରୀ କ୍ୱାର୍ଟର ସାମ୍ନାରେ ଘଟିଛି ଘଟଣା । ଏନେଇ କଣ୍ଟ୍ରାକ୍ଟରଙ୍କ ପକ୍ଷରୁ ଥାନାରେ ଏତଲା ଦେବା ପରେ ତନାଘନା ତଦନ୍ତ କରୁଛି କମିଶନରେଟ ପୋଲିସ । ତିନି ଜଣ ଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । ଜେସିବିରେ ପ୍ରକୃତରେ କିଏ ଲଗାଇଲେ ? ଘଟଣା ସହ ମାଓବାଦୀଙ୍କ ସହ ସଂପର୍କ ଅଛି କି ନାହିଁ ସେ ନେଇ ତଦନ୍ତ ଚାଲିଛି । ଘଟଣା ପରେ କଣ୍ଟ୍ରାକ୍ଟରଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏତଲା ଆଧାରରେ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି।
ଘଟଣାସ୍ଥଳରେ ତିନିଜଣ ଇନ୍ସପେକ୍ଟର ପହଞ୍ଚି ଜେସିବି ଏବଂ ଆଖପାଖ ଅଞ୍ଚଳର ଯାଞ୍ଚ କରିଛନ୍ତି। ଜେସିବିରେ କିଏ ନିଆଁ ଲଗାଇଲା, ଏହା ପଛରେ କାହାର ହାତ ରହିଛି ଏବଂ ଘଟଣାର ପ୍ରକୃତ ଉଦ୍ଦେଶ୍ୟ କଣ, ସେନେଇ ପୋଲିସ ତଦନ୍ତ କରୁଛି। ବିଶେଷକରି ଘଟଣାରେ ଲଗାଯାଇଥିବା ପୋଷ୍ଟରର ସତ୍ୟତାକୁ ନେଇ ମଧ୍ୟ ଖୋଳତାଡ଼ ଚାଲିଛି। ପ୍ରକୃତରେ ଏହି ଘଟଣା ସହ ମାଓବାଦୀଙ୍କ କୌଣସି ସମ୍ପର୍କ ଅଛି କି, ନା ଭୟ ସୃଷ୍ଟି କରିବା ପାଇଁ ଦୁର୍ବୃତ୍ତମାନେ ମାଓବାଦୀଙ୍କ ନାଁ ବ୍ୟବହାର କରିଛନ୍ତି, ତାହା ଜାଣିବାକୁ ପୋଲିସ ଚେଷ୍ଟା କରୁଛି। ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ଆଶା ରଖିଛି।

