Homelocalଗୁଡଭେଲା ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଅନୁଷ୍ଠିତ

ଗୁଡଭେଲା ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଅନୁଷ୍ଠିତ

ଗୁଡଭେଲା, (୨୦/୦୮) : ଆପ୍ର : ଗୁଡଭେଲା ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ବ୍ଲକ୍ କନଫରେନ୍ସ ହଲ ଠାରେ ବିଡିଓ ଗୁରେଶ୍ଵର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବିଇଓ ନମିତା ରାଣୀ ଭୋଇ ଯୋଗ ଦେଇଥିଲେ । ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକ୍ ସୋସିଏଲ୍ ଅଡିଟର୍ ସତ୍ୟ ନାରାୟଣ କର୍ମୀ ବିଦ୍ୟାଳୟର ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ବୈଠକରେ ଉପସ୍ଥାପନ କରିଥିଲେ । ବିଡିଓ ଶ୍ରୀ ଭୋଇ ପ୍ରତ୍ୟେକ ବିଦ୍ୟାଳୟରେ ଶୌଚାଳୟ ନିର୍ମାଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏଥିରେ ବ୍ଲକ୍‌ର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments