Homeaccidentବିଜେବି ନଗରରେ ଅଘଟଣ, ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଖସି ଦୁଇ ମୃତ

ବିଜେବି ନଗରରେ ଅଘଟଣ, ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଖସି ଦୁଇ ମୃତ

ଭୁବନେଶ୍ୱର, (୧୨/୦୭) : ଆପ୍ର : ଭୁବନେଶ୍ୱର ବିଜେବି ନଗରରେ ଏକ ଦୁଃଖଦ ଅଘଟଣ ଘଟିଛି । ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଖସିପଡ଼ି ଦୁଇ ଜଣଙ୍କ ମୃତ୍ୟୁ

ପ୍ରଥମେ ଅଗ୍ନିଶମ ବାହିନୀ ୨ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ଡାକ୍ତର ସେଠାରେ ଦୁଇ ଶ୍ରମିକଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତକଙ୍କ ପରିଚୟ ଜଣାପଡ଼ିନାହିଁ । ଶ୍ରମିକ ଦୁଇ ଜଣ ରାଜ୍ୟ ବାହାରର ହେଇଥିବା ସୂଚନା । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ, ପାଇଖାନା ଟାଙ୍କି ନିର୍ମାଣ କାମ ଚାଲିଥିବା ବେଳେ ଦୁଇ ଜଣ ଶ୍ରମିକ ହଠାତ୍ ଟାଙ୍କି ଭିତରକୁ ଖସିପଡ଼ିଥିଲେ ।

ସେମାନେ ଭିତରେ ଫସି ଯାଇଥିବାରୁ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟର ପ୍ରୟାସ ପରେ ଅଗ୍ନିଶମ କର୍ମଚାରୀମାନେ ଦୁଇ ଶ୍ରମିକଙ୍କୁ ଟାଙ୍କିରୁ ବାହାର କରିଥିଲେ। ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା । କିନ୍ତୁ ହସ୍ପିଟାଲରେ ଡାକ୍ତର ସେମାନଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments