ଲିଫ୍ଟ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଧରାପଡ଼ି ଅଭିଯୁକ୍ତ ଲୋକଙ୍କ ହାତରେ ଲହୁ ଲୁହାଣ

Date:

Share post:

ବାଲେଶ୍ବର, (୧୯/୦୬) : ଆପ୍ର : ଲିଫ୍ଟ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଲୋକଙ୍କ ହାତରେ ଧରାପଡ଼ି ଅଭିଯୁକ୍ତ ଯୁବକ ଲହୁ ଲୁହାଣ ।

ବାଲେଶ୍ବର ଜାତୀୟ ରାଜପଥ କଡ଼ରେ ଦୁଷ୍କର୍ମ ଉଦ୍ୟମ ବେଳେ ଯୁବକଙ୍କୁ ଧରି ପିଟିଲେ ଲୋକେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ହଳଦୀପଦା ଫାଣ୍ଡି ପୋଲିସ । ଗୁରୁତର ଯୁବକ ବାଲେଶ୍ବର ସଦର ବ୍ଲକ ଓଡ଼ଙ୍ଗୀ ପଞ୍ଚାୟତର ଚନ୍ଦନ ମଲ୍ଲିକ ବୋଲି ଜଣାପଡ଼ିଛି । ଯୁବତୀ ଜଣକ ବାଲେଶ୍ଵର ଆସିଥିବା ବେଳେ ଚନ୍ଦନ ତାଙ୍କୁ ଲିଫ୍ଟ ଦେଇ ଜାତୀୟ ରାଜପଥ କଡ଼ରେ ଏକ ପୋଲ ତଳକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା ।

ଯୁବତୀ ଚିତ୍କାର କରିବା ପରେ ଲୋକେ ରୁଣ୍ଡ ହୋଇ ଚନ୍ଦନକୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି । ପରେ ସଦର ଥାନା ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ତାରେ ବାଲେଶ୍ଵର ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଅନ୍ୟ ପଟେ ଯୁବତୀ ଜଣକ ଥାନାରେ କୌଣସି ଲିଖିତ ଅଭିଯୋଗ କରି ନଥିବା ଜଣାପଡ଼ିଛି । ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକ ଜଣକ ହେଉଛନ୍ତି ବାଲେଶ୍ଵର ସଦର ବ୍ଲକ୍ ଓଡଙ୍ଗୀ ଅଞ୍ଚଳର ଚନ୍ଦନ ମଲିକ୍। ହଳଦୀ ପଦା ଫାଣ୍ଡି ପୁଲିସ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ NTAର ଗାଇଡ୍ ଲାଇନ୍

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍...

ଫୁଡ୍ ବିଜନେସ୍ କରୁଥିବା ଲୋକଙ୍କ ପାଇଁ FSSAI ର ନୂଆ ନିୟମ, କଳଙ୍କୀ ଛୁରି ବ୍ୟବହାର ମନା

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ୍ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି...

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ସଙ୍କଟର ଉତ୍କଟ ରୂପ ଧାରଣ

ବେଲପଡ଼ା, (୧୯/୦୬) : ଆପ୍ର : ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ପାଣି ସଙ୍କଟ ମଧ୍ୟ ଉତ୍କଟ ରୂପ ଧାରଣ କରିଛି । ବଲାଙ୍ଗିର ଜିଲ୍ଲା...

ପୂର୍ବ ଶତ୍ରୁତା ନେଲା ଜୀବନ; ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା, ଅଭିଯୁକ୍ତ ଅଟକ

ବରଗଡ଼, (୧୯/୦୬) : ଆପ୍ର : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା...