Homelocalଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ କନ୍ଧମାଳ, ଗମାଣ୍ଡି ଗ୍ରାମରେ ଲେମନ ଗ୍ରାସ ଓ ମେନ୍ଥ ଚାଷ...

ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ କନ୍ଧମାଳ, ଗମାଣ୍ଡି ଗ୍ରାମରେ ଲେମନ ଗ୍ରାସ ଓ ମେନ୍ଥ ଚାଷ ପରିଦର୍ଶନ କଲେ

ରାଇକିଆ, (୦୮/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ତଥା ରାଇକିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗମାଣ୍ଡି ଗ୍ରାମରେ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ଚାଷ କରାଯାଇ ଆସୁଥିବା ଆରୋମାଟିକ ମେଡିସିନାଲ ପ୍ଲାଣ୍ଟସ, ଲେମନ ଗ୍ରାସ , ମେନ୍ଥ ଓ ହଳଦି ଚାଷର କ୍ଷେତ ଗୁଡ଼ିକ ଓ ମହୁ ଚାଷକୁ କନ୍ଧମାଳ ଜିଲ୍ଲାର ଉଦ୍ୟାନ ବିଭାଗର ଉପ ନିର୍ଦେଶିକା ଶ୍ରୀମତି ସ୍ମିତା ମହାନ୍ତି ଓ କନ୍ଧମାଳ ଓରମାସର ଉପ ନିର୍ବାହୀ ଅଧିକାରୀ ଶ୍ରୀ ଗୁଣ୍ଡିଚା ପ୍ରସାଦ ବେହେରା ପରିଦର୍ଶନ କରି ଉପସ୍ଥିତ ଚାଷୀ ମାନଙ୍କ ସହ ଲେମନ୍ ଓ ମେନ୍ଥ ତୈଳ ଉତ୍ପାଦନ ଵିଷୟ ଆଲୋଚନା କରିଥିଲେ ।WhatsApp Image 2026 06 07 at 17.45.41 1

ଏହି ଲେମନ ଗ୍ରାସ ଚାଷ କାର୍ଯ୍ୟ ଭୁବନେଶ୍ୱରସ୍ଥିତ ଆୱାର୍ଡ ନାମକ ଏକ ଏନଜିଓ ର ସହଯୋଗରେ ସମ୍ଭବ ଏବଂ ପ୍ରୟାସ ନାମକ ସ୍ଥାନିୟ ଚାଷୀ ସ୍ଵୟଂ ସହାୟକ ଗୋଷ୍ଠୀର ଚାଷୀ ମାନଙ୍କ ଦ୍ବାରା କରାଯାଇ ଏକ ଅଏଲ୍ ଡିଷ୍ଟିଲେସନ ୟୁନିଟ ସ୍ଥାପିତ ହୋଇଅଛି , ଏହି ଲେମୋନ ଗ୍ରାସ ଚାଷ ଅଭିବୃଦ୍ଧି ଅର୍ଥାତ୍ ଅଧିକ ଭାବେ ଚାଷ କରିବାକୁ ଉଦ୍ୟାନ ବିଭାଗ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଅବେଦନ କରିଥିଲେ ଏବଂ ଯଥାସାଧ୍ୟ ସରକାରି ବ୍ୟବସ୍ଥାରେ ପ୍ରୋତ୍ସାହନ ସହ ତାଲିମ ପ୍ରଦାନ ବିଷୟରେ ଉପ ନିର୍ଦ୍ଦେଶିକା ସୂଚାଇଥିଲେ ।

ଏହି ପରିଦର୍ଶନ ଅବସରରେ ଉଦ୍ୟାନ ବିଭାଗର ସହ ଉପ ନିର୍ଦେଶକ ଫୁଲବାଣୀ ପଦ୍ମଲୋଚନ ସିଂ ଓ ସହ ଉପ ନିର୍ଦେଶକ ବାଲିଗୁଡ଼ା ନିରଞ୍ଜନ ଦ୍ୱିବେଦୀ, ରାଇକିଆ ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଲିପ୍ସା ରାଣୀ ଦଳବେହେରା, ଓଭର୍ଶିଅର୍ ମାମି ମାଝି ଏବଂ ଏନଜିଓ ସଂପାଦକ ତଥା ଚାଷୀ ଯିରିମିୟ ଦିଗାଲ, ମୋସେସ ଦିଗାଲ ,ଫିଲିପ୍ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments